ନିର୍ବାଚନ ଜିଣିବା ପାଇଁ ନବୀନଙ୍କ ଉପରେ ଭରଷା କରୁଛନ୍ତି ତଥାଗତ

ଭୁବନେଶ୍ୱର : ଗତ ନିର୍ବାଚନ ଲଢ଼ିନଥିଲେ ଓଡ଼ିଆ ଖବରକାଗଜ ଧରିତ୍ରୀର ସମ୍ପାଦକ । ଆଗାମୀ ନିର୍ବାଚନ ମଧ୍ୟ ଲଢ଼ିବେ ନାହିଁ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଚାରି ଚାରି ଥର ଲୋକ ସଭା ସାଂସଦ ହୋଇଥିବା ତଥାଗତ ଶତପଥି ଉଚ୍ଚ କୋଟିର ତର୍କ ପାଇଁ ଲୋକସଭାରେ ବିଜେଡି ପକ୍ଷରୁ ପକ୍ଷ ରଖିଥିଲେ । ହେଲେ ଭୋଟ ରାଜନୀତିକୁ ପ୍ରଭାବିତ କଲା ଭଳି ଦକ୍ଷତା ତଥାଗତଙ୍କ ପାଖରେ ଥିଲା ପରି ଲାଗୁନାହିଁ । ଶତପଥୀ ପରିବାରର ଅଭେଦ୍ୟ ଦୁର୍ଗ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଜିତିବା ଆଜିବି ତଥାଗତ ଏକାକୀ ଲଢ଼ିବା ପାଇଁ ସକ୍ଷମ ନୁହନ୍ତି । ଏଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୁଅ ତଥାଗତଙ୍କୁ ନିର୍ଭର କରିବାକୁ ପଡୁଛି ଆଉ ଜଣେ ବିଜ୍ଞ ରାଜନୈତିକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନଙ୍କ ଉପରେ । ଯେମିତି ୧୯୯୦ ରେ ବିଜୁ ପଟ୍ଟନାୟକ ତଥାଗତଙ୍କୁ ବିଧାନସଭାକୁ ଯିବାକୁ ସୁଯୋଗ ଦେଇଥିଲେ ଠିକ ସେମିତି  ୧୯୯୮ରେ ତଥାଗତଙ୍କୁ ଲୋକସଭାକୁ ଯିବାକୁ ସୁଯୋଗ ଦେଇଥିଲେ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ । ୧୯୯୦ ରେ ନନ୍ଦିନୀ ଶତପଥୀ ପ୍ରଦେଶ କଂଗ୍ରେସ ସଭାପତି ଥିବା ସତ୍ୱେ ବିଜୁ ଜନତା ଦଳ ଟିକେଟରେ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ ତଥାଗତ । ହେଲେ ଏବେବି ନିର୍ବାଚନ ଜିଣିବା ପାଇଁ ନବୀନଙ୍କ ଉପରେ ସମ୍ପୂର୍ଣ ଭରଷା କରୁଛନ୍ତି ତଥାଗତ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *