ନୱାବ ମଲିକ୍‌ଙ୍କୁ ବମ୍ବେ ହାଇକୋର୍ଟଙ୍କ ଭର୍ତ୍ସନା

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଏନ୍‌ସିବି ଜୋନାଲ୍ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ପଛରେ ପଡ଼ିଥିôବା ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ୍ ମଲିକ୍‌ଙ୍କୁ ଗୁରୁବାର ବମ୍ବେ ହାଇକୋର୍ଟ ଭର୍ତ୍ସନା କରିଛନ୍ତି । ସମୀର ୱାଙ୍ଖେଡେଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ପୂର୍ବରୁ ଜାତି ପ୍ରମାଣପତ୍ର ଯାଞ୍ଚ୍ କମିଟିରେ ଏହା ବିରୋଧରେ ଅଭିଯୋଗ କରିଥିଲେ କି ବୋଲି କୋର୍ଟ ମନ୍ତ୍ରୀ ମଲିକ୍‌ଙ୍କୁ ପ୍ରଶ୍ନ କରିଥିଲେ । କୋର୍ଟ ଆହୁରି କହିଥିଲେ, ଯଦି ସେ ଏହା କରିନାହାନ୍ତି ତେବେ ମିଡିଆରେ ପବ୍ଲିସିଟି ପାଇବା କ’ଣ ଏହାର ଉଦ୍ଦେଶ୍ୟ? ଏହା କ’ଣ ଜଣେ ମନ୍ତ୍ରୀଙ୍କ ବ୍ୟବହାର ବୋଲି କୋର୍ଟ କହିଥିଲେ । ଜଷ୍ଟିସ୍ ଏସ୍‌ଜେ କାଥାୱାଲା ଓ ମିଲିନ୍ଦ ଯାଦଭଙ୍କ ଖଣ୍ଡପୀଠ କହିଥିଲେ ଯେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ୱାଙ୍ଖେଡେ ପରିବାର ବିରୋଧରେ ସାଧାରଣରେ କୌଣସି ମନ୍ତବ୍ୟ ଦେବାରୁ ବାରଣ କରିବା ନିମନ୍ତେ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଜାରି କରିବାକୁ ଆମେ ବାଧ୍ୟ ହେବୁ । ଜବାବରେ ମଲିକ ଡିସେମ୍ବର ୯ ତାରିଖର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସମୀର ୱାଙ୍ଖେଡେ ଓ ତାଙ୍କ ପରିବାର ସମ୍ପର୍କରେ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି ତାଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ । ମଲିକଙ୍କ ଏପରି ଟ୍ୱିଟ୍ ପଛରେ ବିଦ୍ୱେଷ ରହିଛି ବୋଲି ସ୍ପଷ୍ଟ ଜଣାପଡ଼ୁଥିବା କୋର୍ଟ କହିଥିଲେ । ‘ମନ୍ତ୍ରୀ କାହିଁକି ଏପରି ବ୍ୟବହାର କରୁଛନ୍ତି, ଆମେ ତାହା ଜାଣିବାକୁ ଚାହୁଁଛୁ’ ବୋଲି ଖଣ୍ଡପୀଠ କହିଥିଲେ । ‘ଏହା ଅନ୍ୟ କିଛି ନୁହେଁ କେବଳ ବିଦ୍ୱେଷ’ । ବମ୍ବେ ହାଇକୋର୍ଟ ଜଣିକିଆ ଖଣ୍ଡପୀଠଙ୍କ ନଭେମ୍ବର ୨୨ର ଆଦେଶକୁ ଚାଲେଞ୍ଜ୍ କରି ସମୀର ୱାଙ୍ଖେଡେଙ୍କ ପିତା ଧ୍ୟାନଦେବ ୱାଙ୍ଖେଡେ କରିଥିବା ଆବେଦନର ଶୁଣାଣି ଅବସରରେ ଖଣ୍ଡପୀଠ ଏହା କହିଥିଲେ । ସୂଚନାଯୋଗ୍ୟ, ଧ୍ୟାନଦେବ ଓ ତାଙ୍କ ପରିବାର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବାରୁ ମନ୍ତ୍ରୀ ନୱାବ୍ ମଲିକ୍‌ଙ୍କୁ ବାରଣ କରିବାକୁ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ମନା କରିଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *