ସାବାଡ୍ ହେବେ ସାମାଜିକ ଗଣମାଧ୍ୟମ : ଶୀତ ଅଧିବେଶନରେ ଆସିବ ବିଧେୟକ

ନୂଆଦିଲ୍ଲୀ: ଫେସ୍‌ବୁକ୍‌, ଟ୍ୱିଟର୍‌, ଇନ୍‌ଷ୍ଟାଗ୍ରାମ ଆଦି ସାମାଜିକ ଗଣମାଧ୍ୟମଗୁଡ଼ିକ ବିରୋଧରେ ସାଧାରଣତଃ ବ୍ୟକ୍ତିଗତ ତଥା ଗୋପନୀୟ ତଥ୍ୟ ଚୋରି ଅବା ଏହାର ଅନୈତିକ ଉପାୟରେ ବ୍ୟବହାର ଜନିତ ଖବର ଶୁଣିବାକୁ ମିଳିଥାଏ । ଅନେକ ସମୟରେ ଏପରି ଅଭିଯୋଗ ଆସିଥାଏ । ଏଥିରେ ଦେଶର ସ୍ୱୟଂଭୂ, ଅସ୍ମିତା ତଥା ସାର୍ବଭୌମତା ବିଶେଷ କରି ସୁରକ୍ଷା ଯୋଡ଼ି ହୋଇ ରହିଥାଏ । ଏହି ଦୃଷ୍ଟିକୋଣରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମଗୁଡ଼ିକର କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବା ପାଇଁ ତଥା ଏମାନଙ୍କ ଅନୈତିକ ଗତିବିଧିକୁ ରୋକିବା ପାଇଁ ଏକ ନିୟାମକ ସଂସ୍ଥା ଗଠନ କରିବା ନେଇ ବିଚାର କରୁଛନ୍ତି । ସଂସଦର ଆଗାମୀ ଶୀତ ଅଧିବେଶନରେ ଏ ନେଇ ବିଧେୟକ ଆସିବାର ସମ୍ଭାବନା ରହିଛି । ନିୟମ ଭାଙ୍ଗିବା କ୍ଷେତ୍ରରେ ମୋଟ ଲାଭର ୪% ପର୍ଯ୍ୟନ୍ତ ଜୋରିମାନା ଲାଗିବାର ପ୍ରାବଧାନ କରାଯାଇପାରେ । ବିଗତ ୨୦୧୯ରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ସୁପାରିସ୍ କରାଯାଇଥିବା ବ୍ୟକ୍ତିଗତ ପ୍ରୋଟେକ୍ସନ୍ ବିଲ୍ ଆଧାରରେ ଏକ ନିୟାମକ ସଂସ୍ଥା ଗଠନ କରାଯିବ ଯାହା ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ପରି କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି । ଗୁଗଲ ଓ ଅମାଜନ୍ ପରି କମ୍ପାନୀମାନେ ଯେଉଁମାନେ ବ୍ୟକ୍ତିଗତ ତଥ୍ୟ ଜମା କରୁଛନ୍ତି ସେମାନଙ୍କ ଗତିବିଧି ଉପରେ ଏହା କଡ଼ା ନଜର ରଖିବ । ଏ ନେଇ ଗଠିତ କମିଟିର ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ପି ପି ଚୌଧୁରୀ କହିଛନ୍ତି ଯେ ଚଳିତ ୨୯ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ସଂସଦର ଶୀତ ଅଧିବେଶନରେ ବିଧେୟକ ଆଗତ କରାଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *