ଦୁଃଷ୍କର୍ମ ପରେ ମା’ ହୋଇଥିଲା ୧୫ ବର୍ଷର ଝିଅ, ଶେଷରେ ନିଜ ସନ୍ତାନ ସାଥିରେ ଯାହା କଲା ଜାଣିଲେ ହୋସ୍ ଉଡ଼ିବ….

ଭୋପାଳ : ନିଜ ଜନ୍ମ କଲା ସନ୍ତାନକୁ ହତ୍ୟା କଲା ନାବାଳିକା ଦୁଷ୍କର୍ମ ପୀଡ଼ିତା । ସାଙ୍ଗ ଦ୍ୱାରା ପାଶବିକ ଅତ୍ୟାଚାରର ଶିକାର ହେବା ପରେ ଗର୍ଭବତୀ ହୋଇଥିଲା ନାବାଳିକା । କିନ୍ତୁ ବୟସ କମ୍ ଥିବାରୁ ଓ ଦୁନିଆକୁ ଭଲ ଭାବେ ଜାଣିନଥିବାରୁ ସେ ସନ୍ତାନ ଚାହୁଁନଥିଲା । ନିଜକୁ ସେ ଅନ୍ୟମାନଙ୍କ ଭଳି ଗଢ଼ି ତୋଳିବାକୁ ଚାହୁଁଥିବା ବେଳେ ତା’ ଜୀବନରେ ଆସିଥିଲା ବିରାଟ ଝଡ଼ । ଏଣୁ ଜନ୍ମ ହେବାର ୪୦ ଦିନ ପରେ ହିଁ ସେ ନିଜ ସନ୍ତାନକୁ ମାରିଦେଇଥିଲା । ପ୍ରଥମେ ତ କେହି ଏକଥାକୁ ଜାଣି ପାରିନଥିଲେ । କିନ୍ତୁ ମୃତ ନବଜାତକର ଶବ ବ୍ୟବଚ୍ଛେଦ କରିବା ପରେ ସତ ସାମ୍ନାକୁ ଆସିଥିଲା । ଏଭଳି ଛାତି ଥରା ଘଟଣା ମଧ୍ୟପ୍ରଦେଶର ଦମୋହର ତେନ୍ଦୁଖେଡ଼ା ଅଞ୍ଚଳରେ ଘଟିଛି । ସୂଚନା ଅନୁଯାୟୀ, ଏଠାକାର ଜଣେ ୧୫ ବର୍ଷର ଝିଅର ଏକ ୧୭ ବର୍ଷର ପୁଅ ସାଙ୍ଗ ଥିଲା ।

ଝିଅଟି ପୁଅଟିକୁ ସାଙ୍ଗ ବୋଲି ଭାବୁଥିବା ବେଳେ ପୁଅଟି କିନ୍ତୁ ସାଙ୍ଗର ଫାଇଦା ଉଠାଇଥିଲା । ଥରେ କେହି ଘରେ ନଥିବା ବେଳେ ସେ ନାବାଳିକା ସାଙ୍ଗ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା । ଫଳରେ ଝିଅଟି ପରେ ଗର୍ଭବତୀ ହୋଇଥିଲା । ଏ ନେଇ ଝିଅର ଘର ଲୋକ ଜାଣିବା ପରେ ଉକ୍ତ ଯୁବକ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଯୁବକ ଜଣକ ନାବାଳକ ଥିବାରୁ ତାକୁ ସୁଧାର ଗୃହକୁ ପଠାଇ ଦେଇଥିଲା ପୋଲିସ । କିଛି ଦିନ ତଳେ ପୀଡ଼ିତା ଏକ ସନ୍ତାନକୁ ଜନ୍ମ ଦେଇଥିଲେ । କିନ୍ତୁ ଛୁଆ ଜନ୍ମ ପରଠାରୁ ହିଁ ସେ ଖୁସି ନଥିଲେ । ତେବେ ନିକଟରେ ହଠାତ୍ ଛୁଆଟିର ମୃତ୍ୟୁ ହୋଇଥିଲା । ପରିବାର ଲୋକ ପ୍ରଥମେ ଏହାକୁ ଏକ ସାଧାରଣ ମୃତ୍ୟୁ ଭାବିଥିଲେ । କିନ୍ତୁ ଶବ ବ୍ୟବଚ୍ଛେଦ ବେଳେ ଜଣାପଡ଼ିଥିଲା ଯେ ଛୁଆଟିର ମୃତ୍ୟୁ ଅଣନିଃଶ୍ୱାସୀ ହୋଇପଡ଼ିବାରୁ ହୋଇଛି । ସନ୍ଦେହରେ ପୋଲିସ ଏ ନେଇ ଛୁଆର ମା’ ନାବାଳିକା ପୀଡ଼ିତାକୁ ପଚରାଉଚରା କରିଥିଲା । ପ୍ରଥମେ ତ ସେ କିଛି ମାନିନଥିଲା । କିନ୍ତୁ ପରେ ସବୁ ସତ ମାନିଯାଇଥିଲା ଓ କହିଥିଲା ଯେ, ସେ ଛୁଆ ଚାହୁଁନଥିଲା । ଏଣୁ ତାକୁ ହତ୍ୟା କରିଛି । ପୀଡ଼ିତାର ବୟାନ ରେକର୍ଡ କରିବା ପରେ ପୋଲିସ ତାକୁ ମଧ୍ୟ ସୁଧାର ଗୃହକୁ ପଠାଇ ଦେଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *