ଆତ୍ମସମର୍ପଣ କରିଥିବା ନକ୍ସଲକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁରର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଜଣେ ଆତ୍ମସମର୍ପଣ କରିଥିବା ନକ୍ସଲକୁ ନକ୍ସଲମାନେ ହତ୍ୟା କରିବା ସହ ପୋଲିସ ଉପରେ ଗୁଳି ଚଳାଇଛନ୍ତି । ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲାର ତଡକେଲ ଗ୍ରାମର ସୁକଡାଲ କଶ୍ୟପ ଅରଫ ସକ୍କୁ ଗତ ୨୦୧୮ ମସିହାରେ ଆତ୍ମସମର୍ପଣ କରିଥିଲେ । ତେବେ ସକ୍କୁ ବିଭିନ୍ନ ଗ୍ରାମରେ ଲୋକଙ୍କୁ ମାରପିଟ କରିବା,ହତ୍ୟା କରିବା,ଲୁଟପାଟ କରିବା ଭଳି କାମ କରୁଥିବାରୁ ତାକୁ ହତ୍ୟା କରାଯାଇଥିବା ଭେରମଗଡ ଏରିଆ କମିଟି ସ୍ୱୀକାର କରିଛି । ସେହିପରି ମେଦାଡ ଥାନା ଅଞ୍ଚଳରେ ଡିଆରଜି ଯବାନ କୁମ୍ବିଂ କରୁଥିବା ବେଳେ ଜଙ୍ଗଲରେ ଆମ୍ବୁସ ଲଗାଇ ବସିଥିବା ନକ୍ସଲ ହଠାତ୍ ଅତର୍କିତ ଗୁଳି ଚଳାଇଥିଲେ । ତେବେ ଯବାନ ମଧ୍ୟ ନିଜକୁ ସୁରକ୍ଷିତ କରି ନକ୍ସଲ ଉପରେ ପାଲଟା ଆକ୍ରମଣ କରିଥିଲେ । ଯାହାଫଳରେ ନକ୍ସଲମାନେ ଜଙ୍ଗଲରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *