ହୋମ୍‌ୱାର୍କ କରି ନଥିବାରୁ ବାପା ପୁଅ ସାଥିରେ ଯାହା କଲେ ଜାଣିଲେ ହୋସ୍ ଉଡ଼ିବ….

ନୂଆଦିଲ୍ଲୀ: ଠିକ୍ ସମୟରେ ପାଠ କରିବା ଓ ଭଲ ଭାବରେ ପାଠପଢ଼ାରେ ମନ ଦେବାକୁ ବାପା ମାଆ ମାନେ ପିଲାଙ୍କୁ ଆକଟ କରିଥା’ନ୍ତି । ହେଲେ ବେଳେ ଆକଟ କରିବାକୁ ଯାଇ ବେଳେ ବାପାମାଆ ମାନେ ଏପରି କିଛି କରି ବସନ୍ତି ଯାହା ସମସ୍ତଙ୍କ ସ୍ତବ୍ଧ କରିଦିଏ । ଏହିଭଳି ଏକ ଦୃଶ୍ୟ ସାମନାକୁ ଆସିଛି । ଗୋଟିଏ ୮ ବର୍ଷର ଶିଶୁ ହୋମ୍ ଓା୍ୱର୍କ ନକରିବାରୁ ତାକୁ ଫ୍ୟାନରେ ଓଲଟା ଲଟକାଇ ଦେଇଛନ୍ତି ନିର୍ଦ୍ଦୟ ବାପା । ଏହି ଘଟଣା ସାମନାକୁ ଆସିଛି ରାଜସ୍ଥାନର ବୁନ୍ଦୀ ଜିଲ୍ଲାରେ । ତେବେ ଏହି ଘଟଣା ନଭେମ୍ବର ୧୭ ତାରିଖର ହୋଇଥିବା ବେଳେ ଏହାର ଏକ ଭିଡିଓ ସୋସିଆଲ ମିଡିଅରେ ଘୂରି ବୁଲୁଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ୮ ବର୍ଷର ପିଲାଟିକୁ ଖୁବ୍ ମାରପିଟ୍ କରାଯାଉଛି । ଘଟଣା ପରେ ଶିଶୁ ଓ ତାର ମାଆ ଉଭୟ ମିଶି ଚିତୋରଗଢ଼ରେ ଥିବା ବାପ ଘରକୁ ଯାଇ ନିଜର ମାମୁଁଙ୍କୁ ଏହି ଭିଡିଓ ଦେଖାଇଥିଲେ ।

ଏହାପରେ ମହିଳା ଜଣଙ୍କ ଚାଇଲ୍ଡଲାଇନ୍ ରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୁକ୍ତ ବ୍ୟକ୍ତି ଜଣକ ନିଜ ପୁଅର ହାତ ଗୋଡ ବାନ୍ଧି ପଙ୍ଖାର ହୁକରେ ଓଲଟା ଲଟକାଇଦେଇଥିଲେ ଓ ବାଡେଇବାକୁ ପ୍ରୟାସ କରିଥିଲେ । ତେବେ ଏହି ସମୟରେ ପିଲାଟିର ମାଆ ଆସି ତାଙ୍କୁ ରୋକିଥିଲେ । ଭିଡିଓରେ ପିଲାଟି ଖୁବ୍ କାନ୍ଦି କାନ୍ଦି ନ ଲଟକାଇବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି । ତେବେ ଅନ୍ୟପଟେ ଏହା ମଧ୍ୟ କୁହାଯାଉଛି ଯେ, ମହିଳା ଜଣକ ପିଲାଟି ପ୍ରତି ହେଉଥିବା କ୍ରୁରତାକୁ ଭିଡିଓ ରେକର୍ଡ କରିବ ବୋଲି ପଙ୍ଖାରେ ଲଟକାଇବାରେ ନିଜ ସ୍ୱାମୀଙ୍କୁ ସାହାଯ୍ୟ କରିଥିଲା । ମହିଳା ଜଣକ ଫୋନ୍ କୁ ଝରକା ପାଖରେ ରଖିଦେଇଥିଲେ ଓ ନିଜ ସ୍ୱାମୀଙ୍କୁ ସାହାଯ୍ୟ କରିବା ଭଳି ନାଟକ କରିଥିଲେ । ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମୁତାବକ, ସେ ନିଜର ପିଲାମାନଙ୍କୁ ଦରକାର ଠାରୁ ଅଧିକ ମାରପିଟ୍ କରୁଥିଲା । ତେବେ ରାଜ୍ୟର ଶିଶୁ ସୁରକ୍ଷା ଆୟୋଗ ଏହି ମାମଲାକୁ ଗମ୍ଭୀର ଭାବରେ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *