ମେଡିକାଲ କଲେଜର ୬୬ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ: କର୍ଣ୍ଣାଟକର ଏସଡିଏମ ମେଡିକାଲ କଲେଜରେ ୬୬ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏକାସାଙ୍ଗରେ ଏତେଜଣ ପିଲା କରୋନା ପଜିଟିଭ ଚିହ୍ନଟ ହେବା ଖବର ପ୍ରଶାସନକୁ ଚିନ୍ତାରେ ପକାଇଛି । ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ କଲେଜ ବିଲଡିଂର ଦୁଇଟି ହଷ୍ଟେଲ ସିଲ କରି ଦେଇଛି । ଏହି କଲେଜରେ ପାଖାପାଖି ୪୦୦ଜଣ ଛାତ୍ରଛାତ୍ରୀ ପାଠପଢ଼ୁଥିଲେ । ସୂଚନା ଅନୁଯାୟୀ, ଯେମିତି ହିଁ କିଛି ଛାତ୍ର କରୋନା ପଜିଟିଭ ବୋଲି ଚିହ୍ନଟ ହୋଇଥିଲେ ତୁରନ୍ତ ମେଡିକାଲ କଲେଜ ଦ୍ୱାରା ସମସ୍ତଙ୍କ କରୋନା ପରୀକ୍ଷା କରାଯାଇଥିଲା । ଏଯାବତ ୩୦୦ଜଣ ଛାତ୍ରଛାତ୍ରୀଙ୍କ କରୋନା ପରୀକ୍ଷା ହୋଇସାରିଛି ।

ଏଥିମଧ୍ୟରୁ ୬୬ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏହାପୂର୍ବରୁ ବି ଅନେକ ସ୍କୁଲ ଓ କଲେଜରେ କରୋନା ବିସ୍ଫୋରଣ ହୋଇଥିବା ଖବର ମିଳିଥିଲା । ଗତ କିଛିଦିନ ତଳେ ରାଜସ୍ଥାନର ଉଦୟପୁରର ଏକ ସ୍କୁଲରେ ୧୧ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେଲେଙ୍ଗାନାର ଏକ ସ୍କୁଲରେ ୨୮ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମଣର ଶିକାର ହୋଇଥିଲେ । ଏଥିସହିତ ଓଡ଼ିଶାରେ ବି ପିଲାଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି । ତେବେ ଏଯାବତ କରୋନା ତୃତୀୟ ଲହର ଆସିନାହିଁ। କିନ୍ତୁ ଏଭଳି ସମୟରେ ପିଲାଙ୍କ କ୍ଷେତ୍ରରେ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିବା ଭଲ ସଙ୍କେତ ନୁହେଁ ବୋଲି କୁହାଯାଉଛି । ଯେବେଠାରୁ ପ୍ରତ୍ୟେକ ରାଜ୍ୟରେ ସ୍କୁଲ-କଲେଜ ଖୋଲିଛି ସେବେଠାରୁ କରୋନା ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *