ଧାରଣାରେ ତପସ୍ୱିନୀ : ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ଶ୍ୱଶୁର ଘର ଆଗରେ ବସାଇଲେ ମାଣ

ବ୍ରହ୍ମପୁର : ନ୍ୟାୟ ଭିକ୍ଷା କରି ଶ୍ୱଶୁର ଘର ଆଗରେ ତପସ୍ୱିନୀ । ଚାରି ଦିନ ହେଲା ଧାରଣାରେ ବସିଛନ୍ତି ତପସ୍ୱିନୀ । ସ୍ୱାମୀ ଓ ଶ୍ୱଶୁର ଘର ଲୋକ ତାଙ୍କୁ ପ୍ରତାରିତ କରି ଘରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାର ହୋଇଥିବାରୁ ମହିଳା ଜଣକ ଶ୍ୱଶୁର ଘର ଆଗରେ ପୂଜା କରିଛନ୍ତି । ନ୍ୟାୟ ପାଇବା ଆଶାରେ ସ୍ୱେଛାସେବୀ ସଙ୍ଗଠନ ସହାୟତାରେ ଧାରଣା ଦେଇଛନ୍ତି ପୀଡିତା । ନ୍ୟାୟ ଭିକ୍ଷା ଆଶାରେ ମହିଳା ଜଣକ କୋର୍ଟ ଓ ଥାନାର ଦ୍ୱାରସ୍ଥ ହୋଇ ବିଫଳ ହେବା ପରେ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଛନ୍ତି । ମହିଳା ପୋଲିସ ମଧ୍ୟ ଉପସ୍ଥିତ ଅଛନ୍ତି । ସ୍ୱାମୀଙ୍କ ସହ କୋର୍ଟ ମ୍ୟାରେଜ କରିବା ପରେ ପ୍ରତାରିତ ହୋଇଛନ୍ତି ମହିଳା ଜଣକ । ଗଞ୍ଜାମ ବ୍ରହ୍ମପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ସେ କହିଛନ୍ତି, ପୁଅ ଡାକ୍ତର ସୁମିତ ସାହୁ ଯୁବତୀଙ୍କୁ କୋର୍ଟ ମ୍ୟାରେଜ କରିଥିଲେ ।

ହେଲେ ପରେ ପୁଅ ସୁମୀତ ନିଜ ଇଚ୍ଛାରେ ବୋହୂଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି । ତେଣୁ ସେ କୋର୍ଟରେ ଆବେଦନ କରିଛନ୍ତି । ଯୁବତୀଙ୍କ ସହ ବିବାହ ପାଇଁ ପରିବାର ପକ୍ଷରୁ କୌଣସି ପ୍ରକାର ପ୍ରତିଶ୍ରୁତି ଦିଆଯାଇ ନାହିଁ କି ବିବାହ ପାଇଁ କୌଣସି ଆୟୋଜନ ହୋଇନଥିଲା । କୋର୍ଟ ମ୍ୟାରେଜ କରିବା ପରେ ଛାଡପତ୍ର ପାଇଁ ଆବେଦନ କରିଛି ପୁଅ । ଅଭିଯୋଗ ଅନୁସାରେ, ଗତ ୨୦୨୦ ମସିହାରେ ସୁମିତ ସାହୁ ନାମକ ଜଣେ ଡାକ୍ତର, ତପସ୍ୱିନୀଙ୍କୁ କୋର୍ଟରେ ବିବାହ କରିଥିଲେ । ଦୀର୍ଘ ୬ ମାସ ଏକାଠି ରହିବା ପରେ ତପସ୍ୱିନୀଙ୍କୁ ତାଙ୍କ ବାପ ଘରେ ଛାଡ଼ି ରୀତିନୀତି ଅନୁଯାୟୀ ବିବାହ କରି ଘରକୁ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୁମିତ । କିନ୍ତୁ ଏହାରି ଭିତରେ ମାମଲା କୋର୍ଟକୁ ଯାଇଥିଲା । ବିବାହ କରାଇ ଦେବାକୁ ପୁଅର ବାପା ପ୍ରତିଶ୍ରୁତିି ମଧ୍ୟ ଦେଇଥିଲେ । ଦୁଇ ଦୁଇଥର ବିବାହ ପାଇଁ ଲଗ୍ନ ସ୍ଥିର ହୋଇଥିଲା । ଶେଷରେ ଆଜି ବିବାହ ପାଇଁ ଦିନ ଠିକ ହୋଇଥିଲା । କାର୍ଡ଼ ମଧ୍ୟ ବଣ୍ଟା ସରିଥିଲା । କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ବି ଝିଅ ଘରକୁ ଆସିନଥିଲେ ବର । ଏହାର ପ୍ରତିବାଦ କରି ବୋହୂବେଶରେ ଶ୍ୱଶୁର ଘରେ ପହଁଚି ଯାଇଥିଲେ କନ୍ୟା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *