ନେପାଳ ଓ ବାଂଲାଦେଶକୁ ଆଉ ଅନୁନ୍ନତ ଦେଶ କୁହାଯିବ ନାହିଁ

ନ୍ୟୁୟର୍କ : ଭାରତର ଦୁଇଟି ପଡ଼ୋଶୀ ଦେଶ ନେପାଳ ଓ ବାଂଲାଦେଶକୁ ଏବେ ଆଉ ଅନୁନ୍ନତ ଦେଶ କୁହାଯିବ ନାହିଁ । କାରଣ ଏମାନଙ୍କୁ ବିକାଶଶୀଳ ଦେଶ ତାଲିକାକୁ ଉନ୍ନୀତ କରିଛି ମିଳିତ ଜାତିସଂଘ । ଜାତିସଂଘର ସାଧାରଣ ପରିଷଦ ଏକ ଐତିହାସିକ ସଂକଳ୍ପ ଗୃହୀତ କରି ଏହି ଦୁଇ ଦେଶ ସମେତ ମୋଟ ୩ଟି ଦେଶକୁ ଅନୁନ୍ନତ ଦେଶରୁ ବିକାଶଶୀଳ ଦେଶର ମାନ୍ୟତା ପ୍ରଦାନ କରିଛି । ୩ୟ ଦେଶଟି ହେଉଛି ଲାଓ ପିପୁଲ୍ସ ଡେମୋକ୍ରାଟିକ୍ ରିପବ୍ଲିକ୍ । ତେବେ ଆସନ୍ତା ୨୦୨୬ରୁ ହିଁ ଏମାନଙ୍କୁ ବିକାଶଶୀଳ ଦେଶ ବୋଲି କୁହାଯିବ । କାରଣ କରୋନା ମହାମାରୀ ପରେ ବିଭିନ୍ନ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବାରୁ ବିକାଶଶୀଳ ଦେଶର ମାନଦଣ୍ଡ ହାସଲ କରିବାକୁ ଏସବୁ ଦେଶମାନଙ୍କୁ ୫ ବର୍ଷର ପ୍ରସ୍ତୁତି ସମୟସୀମା ଦିଆଯାଇଛି । ଜାତିସଂଘର ଏହି ନିଷ୍ପତ୍ତିକୁ ଜାତିସଂଘରେ ଥିବା ବାଂଲାଦେଶର ସ୍ଥାୟୀ ପ୍ରତିନିଧି ରବାବ୍ ଫାତିମା ସ୍ୱାଗତ କରିଛନ୍ତି । ବିଶ୍ୱରେ ଏବେ ୪୬ଟି ଦେଶକୁ ଅନୁନ୍ନତ ବର୍ଗରେ ରଖାଯାଇଛି । ଗୋଟିଏ ଦେଶର ମୁଣ୍ଡପିଛା ଆୟ ୧୨୩୦ ଡଲାର ଟପିଲେ ତାହାକୁ ବିକାଶଶୀଳ ଦେଶର ମାନ୍ୟତା ଦିଆଯାଇଥାଏ । ୧୯୭୫ରେ ବାଂଲାଦେଶକୁ ଅନୁନ୍ନତ ଦେଶ ମାନ୍ୟତା ଦିଆଯିବା ବେଳେ ଏହାର ଦାରିଦ୍ର‌୍ୟ ହାର ୮୩ ପ୍ରତିଶତ ଥିଲା । କିନ୍ତୁ ଏବେ ତାହା ୨୦ .୫ ପ୍ରତିଶତକୁ ଖସିଆସିଛି । ସେହିପରି ନେପାଳକୁ ୧୯୭୧ରେ ଅନୁନ୍ନତ ଦେଶର ମାନ୍ୟତା ଦିଆଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *