ଏଏନ୍‌ଏମ୍ ସେଣ୍ଟରରେ ଝୁଲୁଛି ତାଲା : ସ୍ୱାସ୍ଥ୍ୟକର୍ମୀଙ୍କ ଦେଖାନାହିଁ, କାର୍ଯ୍ୟାନୁଷ୍ଠାନ ଦାବି

ମାଲକାନଗିରି : ଲୋକଙ୍କୁ ହାତ ପାହାନ୍ତାରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବହୁ ଯୋଜନା ପ୍ରଣୟନ କରିଛନ୍ତି । ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ମାତ୍ର ଲୋକଙ୍କୁ ପ୍ରକୃତ ସେବା ମିଳିପାରୁନାହିଁ । ସ୍ୱାସ୍ଥ୍ୟସେବା ଦାୟିତ୍ୱରେ ଥିବା କିଛି ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱ ଶୂନ୍ୟତା ଓ ଅପାରଗତା ହେତୁ ଲୋକେ ପ୍ରାଥମିକ ଚିକିତ୍ସାରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟ ବିଭାଗର ଏଭଳି ଏକ ନଗ୍ନଚିତ୍ର କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା କାମବେଡା ସଦର ପଞ୍ଚାୟତରେ ଏମ୍‌ଭି-୨୮ ନଂ ଗ୍ରାମରେ ଥିବା ଏଏନ୍‌ଏମ୍ ସେଣ୍ଟରରେ ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଗ୍ରାମରେ ପ୍ରାୟ ୧୦ ବର୍ଷ ପୂର୍ବେ ଏମଭି-୨୮, ତାଣ୍ଡିକୋଣ୍ଡା, ମାର୍କେଲଗୁଡା, କାମବେଡା, ଏମଭି-୪୯ ଆଦି ଗ୍ରାମ ଗୁଡିକରେ ବସବାସ କରୁଥିବା ପ୍ରାୟ ୫୦୦୦ ରୁ ଊର୍ଦ୍ଧ୍ୱ ଲୋକଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ଏହି ସେଣ୍ଟରଟି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥାପନ କରାଯାଇଥିଲା । କିନ୍ତୁ ବିଡମ୍ବନାର ବିଷୟ ଏହିକି ଯେ, ଆଜିକୁ ପ୍ରାୟ ଦୀର୍ଘ ବର୍ଷ ହେବ ଉକ୍ତ କେନ୍ଦ୍ର ଦାୟିତ୍ୱରେ ଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ସରୋଜିନୀ ବେହେରା କେନ୍ଦ୍ରରେ ରହୁନଥିବା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଅମୀୟ ମହାନ୍ତି ନିୟମିତ ଉକ୍ତ କେନ୍ଦ୍ରକୁ ଯାଉନଥିବାରୁ ଏହି ଅଞ୍ଚଳର ଶିଶୁ, ଗର୍ଭବତୀ, ମା ଏବଂ ବିଭିନ୍ନ ରୋଗୀ ପ୍ରାଥମିକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ଏଭଳି ସ୍ଥିତିରେ ରୋଗୀଙ୍କୁ ଚିକିତ୍ସା କରାଇବା ନିମନ୍ତେ ଗାଡି ଭଡା କରି କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଥବା ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ବାଧ୍ୟ ହେଉଛନ୍ତି ବୋଲି ଅଞ୍ଚଳର କୁମ୍‌କୁମ୍ ମଲ୍ଲିକ, ଆରତୀ ସରକାର, ସୀମା ବୈରାଗୀ, ରିତା ବୈରାଗୀ, ଅନିମା ବୈରାଗୀ, ସୁଚିତ୍ରା ମଣ୍ଡଳ, ବିନୟ ମଲ୍ଲିକ, ଭୀଷ୍ମପଦ ମଣ୍ଡଳ, ବିପୁଲ ସିକଦାର, ପ୍ରଭାତ ବାରୋଇ, ନାରାୟଣ ବାରୋଇ, ଅସୀମ ବାରୋଇଙ୍କ ସମେତ ଚିକିତ୍ସା ନିମନ୍ତେ ଉକ୍ତ କେନ୍ଦ୍ର ଉପରେ ନିର୍ଭର କରୁଥିବା ଅନ୍ୟାନ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଏନଏମ୍ ସେଣ୍ଟରରେ ସ୍ୱାସ୍ଥ୍ୟକର୍ମୀ ରହୁନଥିବାରୁ ବର୍ତ୍ତମାନ ଉକ୍ତ ଘରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଏନେଇ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ପ୍ରତୀକ ପ୍ରିୟଦର୍ଶୀନୀଙ୍କୁ ପଚାରିବାରୁ ଏନେଇ ଗ୍ରାମବାସୀଙ୍କ ପକ୍ଷରୁ କୌଣସି ଲିଖିତ ଅଭିଯୋଗ ହସ୍ତଗତ ହୋଇନାହିଁ କିନ୍ତୁ ଅଞ୍ଚଳବାସୀ ମୌଖିକ ଭାବେ ତାଙ୍କୁ ଅଭିଯୋଗ କରିଥିବା ସେ ସ୍ୱୀକାର କରିବା ସହ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତ ପ୍ରକାଶ କରିଥିଲେ । ଏନେଇ ଆମେ ଉକ୍ତ କେନ୍ଦ୍ର ଦାୟିତ୍ୱରେ ଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ବେହେରାଙ୍କୁ ପଚାରିବାରୁ ସେ ଉକ୍ତ କେନ୍ଦ୍ରଟି ଭଗ୍ନ ଅବସ୍ଥାରେ ପଡି ରହିଛି ଏବଂ ୨ ବର୍ଷ ପୂର୍ବେ ଉକ୍ତ କେନ୍ଦ୍ର ଟିକୁ ମରାମତି କରିବା ନିମନ୍ତେ ବିଭାଗ ପକ୍ଷରୁ ଜଣେ ଠିକାଦାର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ତେଣୁ ୨ ବର୍ଷ ପୂର୍ବେ ତାଙ୍କ ଠାରୁ ଠିକାଦାର ଚାବି ନେଇଥିଲେ । କେନ୍ଦ୍ର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରିନଥିବା ସହ ଉକ୍ତ କେନ୍ଦ୍ରର ଚାବି ମଧ୍ୟ ଠିକାଦାର ତାଙ୍କୁ ହସ୍ତାନ୍ତର କରିନଥିବା ସେ କହିଥିଲେ । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇ ଏହାର ଉଚିତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *