ଏହି ରାଜ୍ୟରେ କରୋନା ଟିକା ଡବଲ ଡୋଜ୍ ନେଇଥିଲେ, ମଦ କିଣିଲେ ମିଳିବ ୧୦ ପ୍ରତିଶତ ଛାଡ଼

ମନ୍ଦସୋର : କରୋନା ମହାମାରୀକୁ ଜିତିବାକୁ ହେଲେ ଟିକା ଏକମାତ୍ର ସାଧନ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି । କାରଣ ସଂକ୍ରମଣ ରୋକିଲେ ହିଁ କରୋନାକୁ ରୋକି ହେବ । ତେଣୁ କରୋନା ଟିକା ଲଗାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ହେଲେ କିଛି ଲୋକେ ଟିକା ନେବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି । ଯେଉଁଥିପାଇଁ ସରକାର ଟିକା ନେବା ପାଇଁ ବିଜ୍ଞାପନ ସହ ବିଭିନ୍ନ ପ୍ରଲୋଭନ ମଧ୍ୟ ଦେଖାଉଛନ୍ତି । ନିକଟରେ ମଧ୍ୟ ପ୍ରଦେଶ ସରକାର ଦୁଇଟି ଟିକା ନେଇଥିବା ଲୋକେ ମଦ କିଣିଲେ ୧୦ ପ୍ରତିଶତ ଡିସକାଉଣ୍ଟ ଦେବେ ବୋଲି ପ୍ରକାଶ କରିଛନ୍ତି । ଏପରି ଖବର ଜଣାପଡ଼ିଛି ମଧ୍ୟପ୍ରଦେଶର ମନ୍ଦସୋର ଜିଲ୍ଲାରେ । ଜିଲ୍ଲା ଅବକାରୀ ବିଭାଗ ଦୁଇଟି ଡୋଜ କରୋନା ଟିକା ନେଇଥିବା ଲୋକଙ୍କୁ ମଦ କିଣିଲେ ୧୦ ପ୍ରତିଶତ ଡିସକାଉଣ୍ଟ ଦେବେ ବୋଲି ପ୍ରକାଶ କରିଛନ୍ତି । ତେବେ ଏହି ଆଦେଶ କେବଳ ଦେଶୀ ମଦ କିଣିବା ଲୋକଙ୍କ ଉପରେ ଲାଗୁ ହେବ । ଆଦେଶ ଅନୁସାରେ ମନ୍ଦୋସର ଜିଲ୍ଲାର ଦେଶୀ ମଦ ଦୋକନରେ ଏହି ଡିସକାଉଣ୍ଟ ଦିଆଯିବ । ତେବେ ଏଥିପାଇଁ ବ୍ୟକ୍ତିକୁ ଦୁଇଟି ଡୋଜ କରୋନା ଟିକା ନେଇଥିବା ସାର୍ଟିଫିକେଟ ଦେଖାଇବାକୁ ପଡ଼ିିବ । ରାଜ୍ୟରେ କରୋନା ଟିକାକରଣ ବୃଦ୍ଧି ପାଇଁ ବଭିନ୍ନ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଏପରି ବିଭିନ୍ନ ପ୍ରକାର ଅଫର ଆସୁଥିବା ଦେଖାଯାଇଛି । ସୂଚନାଯୋଗ୍ୟ, କରୋନା ମହାମାରୀ ଏବେ ପୁଣି ଥରେ ଭାରତର ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକିଥିବା ବେଳେ ଏଥିପାଇଁ ସରକାରଙ୍କ ମୁଣ୍ଡ ବ୍ୟଥା ବଢ଼ିଛି । ତେଣୁ ସରକାର ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ୟୁରୋପ ଆଦି ଦେଶରେ କରୋନ ପୁଣି ଥରେ ତା’ର କରାଳ ରୂପ ଦେଖାଇବା ଆରମ୍ଭ କରିଛି । ତେଣୁ କରୋନା ମହାମାରୀକୁ ରୋକିବାକୁ ହେଲେ ଟିକାକରଣ ହିଁ ଏକମାତ୍ର ବିକଳ୍ପ ବୋଲି ସରକାର କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *