ଶ୍ରୀଲିଙ୍ଗରାଜ ମନ୍ଦିର ସରକାର ଆଣିଲେ ‘ଅଧ୍ୟାଦେଶ’

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ରାଜ୍ୟ ସରକାର ଅଧ୍ୟାଦେଶ ଆଣିଛନ୍ତି । ମନ୍ଦିରର ସୁପରିଚାଳନାକୁ ଉକ୍ତ ଅଧ୍ୟଶେରେ ଅଧିକ ଗୁରୁତ୍ୱ ଦିଆଯାଇଛି । ମନ୍ଦିର ସମ୍ପତ୍ତି ଏବଂ ପରିସର ଓ ବାହାରେ ଥିବା ମନ୍ଦିରର ପରିଚାଳନା ଦାୟିତ୍ୱ ଏକ କମିଟିକୁ ନ୍ୟସ୍ତ କରାଯାଇଛି । ଫଳରେ ମନ୍ଦିର କାର୍ଯ୍ୟ ଉତ୍ତମ ଓ ସଠିକ୍ ଭାବେ ପରିଚାଳନା ହୋଇପାରିବ । ଦ୍ୱିତୀୟରେ ତୀର୍ଥଯାତ୍ରୀ ଓ ଉପାସକମାନେ ଉନ୍ନତ ସୁବିଧା ପାଇପାରିବେ । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ବୈଠକ ଶେଷରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ଆଧ୍ୟାଦେଶ ମନ୍ଦିରର ସୁପରିଚାଳନା ପାଇଁ ବ୍ୟବସ୍ଥା କରାଯାଇଛି । ତାହା ମନ୍ଦିରର ସମ୍ପତ୍ତି ସୁୁରକ୍ଷିତ ରହିିବା ପାଇଁ କମିଟିକୁ ସଶକ୍ତ କରିବ । ଏହି ଅଧ୍ୟାଦେଶରେ ମନ୍ଦିରର ସୁପରିଚାଳନା ନିମନ୍ତେ ବିସ୍ତୃତ ଭାବରେ ବ୍ୟବସ୍ଥା କରାଯାଇଅଛି ।

ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ୱ ଏବଂ କ୍ଷମତା, ପରିଚାଳକଙ୍କର କ୍ଷମତା ଓ ଦାୟୀତ୍ୱ ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପରିର ସୁରକ୍ଷା ଏବଂ ପରିଚାଳନା, ସେବକଙ୍କର ଭୂମିକା ଓ ଦାୟୀତ୍ୱ ମନ୍ଦିର ପାଣ୍ଠିର ଗଠନ ଓ ପରିଚାଳନା ଆଦି ସମ୍ପନ୍ନ ହେବ । ଶ୍ରୀ ମହାପାତ୍ର କହିଛନ୍ତି ଯେ, ଅଧ୍ୟାଦେଶ ଆଣିବା ପୂର୍ବରୁ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ନିର୍ଦ୍ଦେଶନାମା ପାଇଁ ପଠାଯାଇଥିଲା । ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସଚିବଙ୍କ ଜରିଆରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ହୋଇଥିଲା । ଉକ୍ତ କମିଟି ରିପୋର୍ଟ ଆଧାରରେ ଅଧ୍ୟଦେଶର ଧାରା ସନ୍ନିବିଷ୍ଟ ହୋଇଛି । ୧୨ ଗୋଟି କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ୧୯୫୮ଆକ୍ଟ ଅନୁଯାୟୀ କାର୍ଯ୍ୟ ସମ୍ପାଦନ କରାଯିବ । ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କରିଥିଲେ । ଏହି ପ୍ରସ୍ତାବିତ ଅଧ୍ୟାଦେଶରେ ଭାରତ ସରକାରଙ୍କ ସଂସ୍କୃତି ବିଭାଗର ପ୍ରସ୍ତାବକୁ ଦୃଷ୍ଟିରେ ରଖୁ ଧାରା ୪ (୪)ରେ ଥିବା ବ୍ୟବସ୍ଥାକୁ ଯୋଗକରିବା ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ମୁଖ୍ୟଶାସନ ସଚିବ ସ୍ପଷ୍ଟ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *