ଏଣିକି ହ୍ୱାଟସଆପ ବ୍ୟବହାରକାରୀ ୭ଦିନ ଭିତରେ କରିପାରିବେ ପଠାଇଥିବା ମସେଜ ଡିଲିଟ

ନୂଆଦିଲ୍ଳୀ : ହ୍ୱାଟସଆପର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଗ୍ରାହକଙ୍କ ରୁଚିଙ୍କୁ ଦୃଷ୍ଟିରେ ରଖି ହ୍ୱାଟସ ଆପ ଫିଚରରେ କିଛି ନା କିଛି ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳିଥାଏ । ଏଣିକି ହ୍ୱାଟସ ଆପ ତାର ଆଉ ଗୋଟେ ଫିଚରରେ ଖୁବ ଶୀଘ୍ର ପରିବର୍ତ୍ତନ ଆଣୁଛି । ହ୍ୱାଟସ ଆପ ଉପଭୋକ୍ତା କାହାରିକୁ ମେସେଜ କଲେ ମାତ୍ର ଏକ ଘଣ୍ଟା, ଆଠ ମିନିଟ୍ ଏବଂ ଷୋହଳ ସେକେଣ୍ଡ ମଧ୍ୟରେ ତାହାକୁ ଡିଲିଟି କରିବାକୁ ହୋଇଥାଏ । ନହେଲେ ପଠାଇଥିବା ଲୋକଙ୍କ ହ୍ୱାଟସଆପ ଚାଟରୁ ମେସେଜ ଆଉ ଡିଲିଟ ହୋଇ ନଥାଏ । ଏଣିକି ହ୍ୱାଟସ ଆପ ୟୁଜର୍ସମାନେ ୭ଦିନ ମଧ୍ୟରେ ପଠାଯାଇଥିବା ମେସେଜ୍‌କୁ ଡିଲିଟ୍ କରିବାର ଅପସନ୍ ପାଇ ପାରିବେ । ହ୍ୱାଟସ ଆପ ଟ୍ରାକର ଏହି ଫିଚର ବିଷୟରେ କଥା ହୋଇ କହିଛନ୍ତି, ଏହି ସୁବିଧା ଏବେ ବି ଅଣ୍ଡର ଡେଭଲପମେଣ୍ଟରେ ରହିଛି । ତେଣୁ ଏହାକୁ ଅନେକ ଥର ପରିବର୍ତ୍ତନ କରାଯାଉଛି । ତେଣୁ ଆମକୁ ଫିଚରର ପୂରା ଡେଭଲପମେଣ୍ଟ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଅନ୍ୟପଟେ ହ୍ୱାଟସଆପ ଆପ୍ ଭାରତୀୟ ୟୁଜର୍ସମାନଙ୍କ ପାଇଁ ଦୁଇଟି ନୂତନ ସୁରକ୍ଷା ଫିଚର୍ସ ଫ୍ଲେଶ୍ କଲ୍ ଏବଂ ମେସେଜ୍ ଲେଭଲ୍ ରିପୋର୍ଟିଂ ଜାରି କରିଛି । ଏହି ନୂଆ ଫିଚର୍ସ ୟୁଜର୍ସଙ୍କ ପାଇଁ ଉନ୍ନତ ସୁରକ୍ଷା ଏବଂ ନିୟନ୍ତ୍ରଣ ସୁବିଧା ଦେବ । ଏଥିସହିତ ହ୍ୱାଟସଆପ ବିଟା ଚ୍ୟାନେଲ ମଧ୍ୟ ଏହି ଅପଡେଟକୁ ଜାରି କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *