ଏଣିକି ୧୧୨ ଡାଏଲ କଲେ ମିଳିବ ୩ ଜରୁରୀ ସେବା

ଭୁବନେଶ୍ୱର : ରାଜ୍ୟରେ ଏଣିକି ୧୧୨ ଡାଏଲ କଲେ ୩ ପ୍ରମୁଖ ଜରୁରୀ ସେବା ମିଳିବ । ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ ସେବା ପାଇଁ ଆପଣ ୧୧୨ ନମ୍ବର ଡାଏଲ କରିପାରିବେ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ପୋଲିସ ସେବା ପାଇଁ ୧୦୦, ଅଗ୍ନିଶମ ପାଇଁ ୧୦୧ ଓ ଆମ୍ବୁଲାନ୍ସ ପାଇଁ ୧୦୮, ଜନନୀ ଏକ୍ସପ୍ରେସ୍ ପାଇଁ ୧୦୨କୁ ଡାଏଲ କରିବାକୁ ପଡ଼ୁଥିଲା । ବର୍ତ୍ତମାନ ଏହି ଗୋଟିଏ ନମ୍ବର ଜାରି ହେବା ସହ ସମସ୍ତ ସମସ୍ୟା ଦୂର ହୋଇପାରିବ ବୋଲି କୁହାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *