୧୯ ବର୍ଷ ପରେ ମହିଳା ଆଣିଲେ ସାଂଘାତିକ ଅଭିଯୋଗ, କହିଲେ ମୋ ସାଥିରେ…..

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ପୂର୍ବତନ ଫୁଟବଲ ଷ୍ଟାର ତଥା କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କ ନା’ରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ କ୍ୟୁବାନ ମହିଳା । ତେବେ ଏହି ଅଭିଯୋଗକାରିଣୀ ହେଉଛନ୍ତି, କ୍ୟୁବାର ମାଭିସ୍ ଆଲଭରେଜ୍ । ଦିବଂଗତ ଫୁଟବଲର ଡିଏଗୋ ମାରାଡୋନା ଉପରେ ଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ମାଭିସ୍ ଅଲଭାରେଜ୍ ଦାବି କରିଛନ୍ତି ଯେ, ଆର୍ଜେଣ୍ଟିନା ଫୁଟବଲ ଖେଳାଳୀ ମାରାଡୋନା ତାଙ୍କୁ ମାତ୍ର ୧୬ ବୟସରେ ହିଁ ଦୁଷ୍କର୍ମ କରିଥିଲେ । ଏହା ସହିତ ତାଙ୍କର ସଂପୂର୍ଣ୍ଣ ପିଲାଦିନକୁ ନଷ୍ଟ କରିଦେଇଥିଲେ । ତାଙ୍କ ସହିତ ହୋଇଥିବା ଦୁଷ୍କର୍ମକୁ ମାଭିସଙ୍କ ପରିବାର ସବୁ ସହି ମଧ୍ୟ ଚୁପ ରହିଯାଇଥିଲେ ।

ଏହିସବୁ ମାମଲାରେ କ୍ୟୁବା ସରକାରଙ୍କର ସଂପୃକ୍ତି ରହିଛି । ସେଥିପାଇଁ ଆଜି ପର୍ଯ୍ୟନ୍ତ ତାଙ୍କ ପରିବାର ଏହି ଘଟଣାକୁ ପ୍ରକାଶ କରିନଥିବା କହିଛନ୍ତି ମାଭିସ୍ । ଏହି ଫୁଟବଲର ମାରାଡୋନାଙ୍କର ୬୦ ବର୍ଷରେ ହୃଦଘାତ ଯୋଗୁଁ ଗତ ବର୍ଷ ମୃତ୍ୟୁ ହୋଇଥିଲା । ମାଭିସ ଆଲଭରେଜଙ୍କ ଅନୁସାରେ ଏହି ମାମଲା ହେଉଛି ୨୦୦୧ ମସିହାର । ସେତେବେଳେ ମାରାଡୋନା ୪୦ ବର୍ଷର ହୋଇଥିବାବେଳେ ମାଭିସ ମାତ୍ର ୧୬ ବର୍ଷର ଥିଲେ । ମାରାଡୋନାଙ୍କ ସହ ତାଙ୍କର ପ୍ରଥମ ଦେଖା କ୍ୟୁବାରେ ହୋଇଥିଲା । ଯେବେ ଏହି ଫୁଟବଲର ନିଶା ଔଷଧର ଅଭ୍ୟାସକୁ ଛାଡିବା ପାଇଁ କ୍ୟୁବାରେ ଚିକିତ୍ସିତ ହେଉଥିଲେ । ମହିଳା ଜଣଙ୍କ ସଂପୂର୍ଣ୍ଣ ଘଟଣାର ସୃଷ୍ଟି କରିଛନ୍ତି ।

ମାରାଡୋନା ଯେତେବେଳେ ହାଭାନାର ଏକ କ୍ଲିନିକରେ ଚିକିତ୍ସିତ ହେଉଥିଲେ । ସେହି ସମୟରେ କ୍ଲନିକରେ ହିଁ ତାଙ୍କୁ ଦୁଷ୍କର୍ମ କରିଥିଲେ । ସେହି ସମୟରେ ମହିଳାଙ୍କ ମା’ ପାଖ ରୁମରେ ଥିଲେ କିନ୍ତୁ ମାରାଡୋନା ତାଙ୍କ ପାଟିକୁ ଜୋର ଦେଇ ବନ୍ଦ କରି ରଖିଥିବାରୁ ସେ କିଛି କରିପାରି ନଥିଲେ । ୩୭ ବର୍ଷୀୟ ଅଲଭାରେଜ୍ ସିଧାସଳଖ ସ୍ୱିକାର କରିଛନ୍ତି ପରିଣତ ବୟସର ଏତେ ଅନ୍ତର ସତ୍ୱେ ମଧ୍ୟ ମାରାଡୋନାଙ୍କ ସହ ସଂପର୍କକୁ ତାଙ୍କ ପରିବାର ବାରଣ କରିପାରିନଥିଲେ । କାରଣ କ୍ୟୁବାର ଦିବଂଗତ ରାଷ୍ଟ୍ରପତି ଫିଡେଲ କାଷ୍ଟ୍ରୋଙ୍କ ସହ ମାରାଡୋନାଙ୍କର ବନ୍ଧୁତ୍ୱ ରହିଥିଲା । ତେବେ ଏବେ ପର୍ଯ୍ୟନ୍ତ ମାଭିସଙ୍କ ଅରୋପ ଉପରେ କ୍ୟୁବା ସରକାରଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ଜଣାପଡିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *