ଭଲ ପାଇବା ଅର୍ଥ ନୁହେଁ ଯେ ପ୍ରେମିକା ସମ୍ପର୍କ ରଖିବାକୁ ସହମତି ପ୍ରକାଶ : ହାଇକୋର୍ଟ

କେରଳ : ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ କେବଳ ପ୍ରେମ ସମ୍ପର୍କ ସୂଚାଏ ନାହିଁ ଯେ ପ୍ରେମିକା ଶାରୀରିକ ସମ୍ପର୍କ ରଖିବା ପାଇଁ ଏକମତ ହେଲେ ବୋଲି । ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ପିଟିସନର ଶୁଣାଣି କରି କେରଳ ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି । ଜଷ୍ଟିସ ଆର୍ ନାରାୟଣ ପିସର୍ଦୀ ତାଙ୍କ ରାୟରେ କହିଥିଲେ ଯେ, ପ୍ରେମରେ ପଡ଼ିବା ଅର୍ଥ ନୁହେଁ ଯେ ମହିଳା ଜଣକ ଦୈହିକ ସମ୍ପର୍କ ରଖିବାକୁ ସମ୍ମତି ଦେଇଛନ୍ତି । ପ୍ରେମରେ ପଡ଼ି ପ୍ରେମିକା ପ୍ରକାଶ କରିଥିବା ଅସହାୟତାକୁ ତା’ର ସହମତି ବୋଲି ଧରାଯିବ ନାହଁ । କାରଣ ସମ୍ମତି ଓ ଅସହାୟତା ମଧ୍ୟରେ ବଡ଼ ପାର୍ଥକ୍ୟ ରହିଛି । ସୂଚନା ଅନୁଯାୟୀ, କେରଳ ହାଇକୋର୍ଟ ଶ୍ୟାମ ଶୁଭମ ନାମକ ଜଣେ ୨୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଆବେଦନ ଶୁଣାଣି କରି ଏହି ରାୟ ଦେଇଛନ୍ତି । ଟ୍ରାଏଲ କୋର୍ଟ ଶ୍ୟାମଙ୍କୁ ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ବିଧାନ କରିଥିଲେ ।

ଏହାପରେ ସେ ଟ୍ରାଏଲ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟରେ ଆବଦେନ କରିଥିଲେ । ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଶ୍ୟାମ ଓ ପୀଡ଼ିତା ପରସ୍ପରକୁ ଭଲ ପାଉଥିଲେ । ୨୦୧୩ ରେ ଶ୍ୟାମ ଉକ୍ତ ପୀଡ଼ିତାଙ୍କୁ ମହିସୂର ନେଇ ସେଠାରେ ତାଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ । ଆହୁରି ମଧ୍ୟ କୋର୍ଟ କହିଥିଲେ ଯେ, ଶ୍ୟାମ ପୀଡ଼ିତାଙ୍କ ସମସ୍ତ ସୁନା ଅଳଙ୍କାର ବିକ୍ରି କରିଦେଇଥିଲେ । ଏହାପରେ ତାଙ୍କୁ ଗୋଆ ନେବାକୁ କହିଥିବା ବେଳେ ପୀଡ଼ିତା ରାଜି ନହେବାରୁ ତାଙ୍କ ଘର ନିକଟରେ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ । ଫଳରେ ସେ ବାଧ୍ୟହୋଇ ତାଙ୍କ ସହ ଯାଇଥିଲେ । ଶ୍ୟାମ ସେଠାରେ ମଧ୍ୟ ତାଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ । ତେଣୁ ଦୋଷୀକୁ ଅପହରଣ ଏବଂ ଦୁଷ୍କର୍ମ ଅନୁଯାୟୀ ଦଣ୍ଡିତ କରାଯିବ । ବମ୍ବେ ହାଇକୋର୍ଟଙ୍କ ବିବାଦୀୟ ନିଷ୍ପତ୍ତି ‘ସ୍କିନ ଟୁ ସ୍କିନ’ କଣ୍ଟାକ୍ଟ ସୁପ୍ରିମକୋର୍ଟ ରେ ଖାରଜ ହେବା ପରେ କେରଳ ହାଇକୋର୍ଟ ଶ୍ୟାମ ପିଟିସନର ଶୁଣାଣିରେ ଏହି ରାୟ ଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *