ନିର୍ବନ୍ଧ ପରେ ଭାବି ପତ୍ନୀଙ୍କୁ ପଠାଇ ପାରିବେ ଅଶ୍ଲୀଳ ମେସେଜ, କ’ଣ କହିଲେ କୋର୍ଟ ପୁରା ଘଟଣା ଜାଣନ୍ତୁ….

ମୁମ୍ବାଇ : ଆଜିକାଲି ମେସେଜରୁ ସମ୍ପର୍କ, ଆଉ ସମ୍ପର୍କରୁ ସେକ୍ସ । ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ କେବଳ କଥା ଦିଆ ନିଆରେ ହୋଇଯାଏ ଦେହର ମିଳନ । ଆଉ ଯଦି ଏହି ସମ୍ପର୍କ ସବୁଦିନିଆ ନହେଲା ତେବେ ଏହା ହେଲା ଧୋକ୍କା ବା ରେପ୍ । ଏପରି ଏକ ମାମଲାର ବିଚାର କରି ମୁମ୍ବାଇର ଏକ ଅଦାଲତ ଜଣେ ଅଭିଯୁକ୍ତକୁ ମୁକ୍ତ କରିଛନ୍ତି । ମୁମ୍ବାଇର ଏକ ଅଦାଲତ ଜଣେ ବ୍ୟକ୍ତିକୁ ବିବାହ ପାଇଁ କଥା ଦେଇ ଦୁଷ୍କର୍ମ କରିଥିବା ମାମଲାରେ ଜଣେ ଅଭିଯୁକ୍ତକୁ ମୁକ୍ତ କରିଦେଇଛନ୍ତି । କୋର୍ଟ ଅଭିଯୁକ୍ତକୁ ଏହା କହି ମୁକ୍ତ କଲେ ଯେ, ବିବାହ ପୂର୍ବରୁ ନିର୍ବନ୍ଧ ହୋଇଥିବା ଯୁବତୀଙ୍କୁ ଅଶ୍ଲୀଳ ମେସେଜ ପଠାଇବା ଦ୍ୱାରା ବ୍ୟକ୍ତି କାହାର ଗାରିମାକୁ ନଷ୍ଟ କରି ନାହାଁନ୍ତି ବରଂ ଏପରି ମେସେଜ ଜଣେ ଅନ୍ୟଜଣଙ୍କୁ ବୁଝିବା ଓ ଭାବନାର ସମ୍ମାନ କରିବା ଉଚିତ୍ । ସୂଚନା ଅନୁଯାୟୀ, ଜଣେ ୩୬ ବର୍ଷ ବୟସ୍କାଙ୍କୁ ୧୧ ବର୍ଷ ପୂର୍ବରୁ ତାଙ୍କର ନିର୍ବନ୍ଧ ହୋଇଥିବା ପ୍ରେମିକ ଦୁଷ୍ମର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାକୁ ବିଚାର କରି କୋର୍ଟ କହିଲେ ଯେ, ଯଦି କେହି କାହାକୁ ପସନ୍ଦ ନକରେ ତେବେ ଏହା ତାଙ୍କର ଅଧିକାର ଯେ ସେ ତାଙ୍କ ନାପସନ୍ଦ ଅନ୍ୟକୁ ଜଣାଇବା ଏବଂ ଅନ୍ୟ ପକ୍ଷ ଏପରି ଭୂଲ କରିବାରୁ ନିବୃତ ରହିବା ଦରକାର ।

କୋର୍ଟ ଆହୁରି କହିଲେ, ‘‘ଭାବି ପତି ବା ନିର୍ବନ୍ଧ ପରେ ପ୍ରେମିକ ତାର ଭାବି ପତ୍ନୀକୁ ସେକ୍ସ ଉଦ୍ଦେଶ୍ୟରେ କହି ପାରିବ । ତେବେ ଭାବି ପତ୍ନୀ ଏଥିରେ ଖୁସି ନହୋଇ ପାରେ । ଏହାର ଅର୍ଥ ନୁହେଁ ଯେ ଏପରି ଅଶ୍ଲୀଳ ମେସେଜ ବିବାହ କରିବାକୁ ଯାଉଥିବା ଯୁବତୀଙ୍କୁ ପଠାଇବା ଯୁବତୀଙ୍କ ଗାରିମାକୁ ଆଘାତ ଦେବା ।’’ ମହିଳା ୨୦୧୦ ମସିହାରେ ଉକ୍ତ ଯୁବକଙ୍କ ବିରୋଧରେ ଏଫଆଇଆର୍ ଦାଖଲ କରିଥିଲେ । ସେ ଏଥିରେ ଦର୍ଶାଇଥିଲେ ଯେ ୨୦୦୭ ମସିହାରେ ଉଭୟଙ୍କ ସମ୍ପର୍କ ଏକ ବିବାହ ୱେବସାଇଟରୁ ହୋଇଥିଲା । ହେଲେ ଯୁବକଙ୍କ ମା’ ଏହି ବିବାହକୁ ବିରୋଧ କରୁଥିଲେ ।

ଯେଉଁଥି ପାଇଁ ଯୁବକ ୨୦୧୦ ରେ ଯୁବତୀଙ୍କ ସହ ବ୍ରେକ ଅପ୍ କରିଦେଇଥିଲେ । ତେଣୁ କୋର୍ଟ ଏ ସମ୍ପର୍କରେ ତାଙ୍କର ରାୟ ଶୁଣାଇଥିଲେ ଯେ, ବିବାହ ପାଇଁ କଥା ଦେଇ ମନା କରିବାକୁ ଧୋକା ବା ଦୁଷ୍କର୍ମ କୁହାଯାଇ ପାରିବନି । କୋର୍ଟ ଆହୁରି କହିଛନ୍ତି ଯେ ଯୁବକ ଏକ ଆର୍ଯ୍ୟ ସମାଜ ମନ୍ଦିରକୁ ମଙ୍ଗଳ ସୂତ୍ର ସହ ଯାଇଥିଲେ । ହେଲେ ଏହି ସମ୍ପର୍କକୁ ତାଙ୍କର ମା’ଙ୍କର ମଞ୍ଜୁରୀ ନମିଳିବାରୁ ସେ ଯୁବତୀଙ୍କ ସହ ସବୁ ସମ୍ପର୍କ ଛନ୍ନ କରିଥିଲେ । ଯୁବକ ନିଜର ମା’ଙ୍କ ଇଚ୍ଛା ମାନିବାକୁ ଯାଇ ସମସ୍ୟାର ସାମ୍ନା କରିବା ପରିବର୍ତ୍ତେ ବିବାହରୁ ଓହରି ଯାଇଥିଲେ । ଏହା ବିବାହ ପାଇଁ ମିଛ ପ୍ରତିଶୃତି ଦେବା ମାମଲା ନୁହେଁ । ଏହି ମାମଲା ଚେଷ୍ଟାକୁ ଠିକ ଢ଼ଙ୍ଗରେ ନ କରିବାର କଥା । ତେଣୁ କୋର୍ଟ ଯୁବତୀଙ୍କ ମାମଲାର ବିଚାର କରି ଉକ୍ତ ଅଭିଯୁକ୍ତକୁ ମୁକ୍ତ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *