ବଢ଼ୁଛି ତାଲିବାନର କ୍ରୁରତା, ଖୋଲୁଛି ଅସଲ ମୁଖା….

କାବୁଲ: ଆଫଗାନିସ୍ତାନର ତାଲିବାନ ସରକାର ମହିଳାଙ୍କ ନିମନ୍ତେ ଆଉ ଏକ କଡା ଆଇନ ପ୍ରଣୟନ କରିଛନ୍ତି । ଟେଲିଭିଜନ କାର୍ଯ୍ୟକ୍ରମଗୁଡିକରେ ଭାଗ ନେଉଥିବା ମହିଳା ଉପସ୍ଥାପିକା ଏବଂ ଆଙ୍କରମାନେ ପରଦା ଉପରେ ମଧ୍ୟ ହିଜବ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଥିସହିତ ଧର୍ମକୁ ଅପମାନ ପ୍ରଦର୍ଶନ କରୁଥିବା ସମସ୍ତ ବ୍ୟଙ୍ଗାତ୍ମକ ଓ ହାସ୍ୟରସାତ୍ମକ କାର୍ଯ୍ୟକ୍ରମଗୁଡିକୁ ନିଷେଧ କରାଯାଇଛି । ତାଲିବାନ ଦ୍ୱାରା ରବିବାର ଜାରି ନିର୍ଦ୍ଦେଶ ଅନୁଯାୟୀ ମହିଳା ଅଭିନୟ କରିଥିବା କୌଣସି କାର୍ଯ୍ୟକ୍ରମ ଟେଲିଭିଜନରେ ପ୍ରସାରିତ ହୋଇପାରିବନାହିଁ । ଏଥିରେ କୁହାଯାଇଛି ଯେ ଏଣିକି ଚଳଚ୍ଚିତ୍ର,, ନାଟକ ଓ ଟେଲିଭିଜନ କାର୍ଯ୍ୟକ୍ରମଗୁଡିକରେ ମହିଳାମାନେ ଅଭିନୟ କରିପାରିବେନାହିଁ । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଅଗଷ୍ଟ ମାସରେ ବଳପୂର୍ବକ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ତାଲିବାନ ଆତଙ୍କି ଗୋଷ୍ଠୀ ଦେଶରେ ସରିଆ ଆଇନକୁ କଡାକଡି ଭାବରେ ଲାଗୁ କରିବା ସହିତ ମହିଳାଙ୍କ ନିମନ୍ତେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲାଗୁ କରିଛନ୍ତି ।

ଦେଶରେ ସଂଗୀତ, ନୃତ୍ୟ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଏହାର ଉଲ୍ଲଂଘନକାରୀଙ୍କ ପ୍ରତି ସର୍ବସାଧାରଣରେ ଫାଶୀ ଭଳି କଠୋର ଦଣ୍ଡବିଧାନ ବ୍ୟବସ୍ଥା କରାଯାଇଛି । ସେହିପରି ଯେଉଁ ସିରିଏଲରେ ଇସ୍ଲାମୀୟ ଧର୍ମଗୁରୁ ମହାପୁରୁଷ ମହମ୍ମଦ ଓ ଅନ୍ୟ ସମ୍ମାନନୀୟ ବ୍ୟକ୍ତିଙ୍କୁ ନେଇ କିଛି ବି ଦର୍ଶାଯାଇଛି ତାକୁ ମଧ୍ୟ ପ୍ରସାରଣ ବନ୍ଦ କରିବା ଲାଗି ଟିଭି ଚ୍ୟାନେକଗୁଡ଼ିକୁ କୁହାଯାଇଛି । ଇସ୍ଲାମ୍ ଏବଂ ଆଫଗାନ୍ ବିରୋଧରେ ପ୍ରଦର୍ଶିତ ହେଉଥିବା ସମସ୍ତ ଫିଲ୍ମ ଏବଂ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଗାଇଡ୍‌ଲାଇନ୍‌ରେ କୁହାଯାଇଛି । ତେବେ ଏହା ନିୟମ ନୁହେଁ ଏହା ଧାର୍ମିକ ଗାଇଡ୍‌ଲାଇନ୍ ବୋଲି ତାଲିବାନ କହିଛି । ପୂର୍ବରୁ ତାଲିବାନ କହିଥିଲା ସେ ନୂଆ ବିଚାରଧାରା ସହ ଆସିଛି । ମାତ୍ର ମହିଳାଙ୍କ ପ୍ରତି ତାଲିବାନର ଏ କଟକଣା ପୁଣି ଥରେ ତାର ଅସଲ ଚେହେରାକୁ ପଦାରେ ପକାଇଦେଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *