ସ୍ମାର୍ଟ ହେଲତ କାର୍ଡ଼ ଯୋଜନାରେ ସାମିଲ ହେଲା କନ୍ଧମାଳ

ଫୁଲବାଣୀ : ଆମପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ନିଜର ତଥା ନିଜ ପରିବାରର ଚିକିତ୍ସା ପାଇଁ ମୋ ରାଜ୍ୟ ର ଲୋକେ ଆଉ ଜମିବାଡି ବନ୍ଧା ପକାଇବେ ନାହିଁ। ରାଜ୍ୟବାସୀଙ୍କୁ ମାଗଣାରେ ବଡ଼ ବଡ ଡାକ୍ତରଖାନାରେ ସ୍କାର୍ଟ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଲକ୍ଷ୍ୟ ଏବଂ ପ୍ରତିବଦ୍ଧତା ନେଇ ଆଗକୁ ବଢୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସୋମବାର ଆଉ ଗୋଟିଏ ପାହାଚ ଚଢିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି କନ୍ଧମାଳ ଜିଲାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲତକାର୍ଡ୍ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।
ରାଜ୍ୟସରକାରଙ୍କ ଏହି ଭଳି ପ୍ରୟାସ ଯୋଗେ ଗରିବଲୋକେ ଅର୍ଥାଭାବରୁ ଚିକିତ୍ସା କରାଇ ନ ପାରିବାର ଭୟ ଦୁର ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଯୋଜନା
ଏବେ ଗରିବଙ୍କ ମୁହଁରେ ହସ ଫୁଟାଇବା ସହ ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଗଠନ ଦିଗରେ ଏକ ବଳିଷ୍ଠ ପଦକ୍ଷେପ । ସମସ୍ତଙ୍କର ସମ୍ମାନର ସହିତ ବଞ୍ଚିବାର ଅଧିକାର ଅଛି ଏବଂ ଏହି ହେଲ ତକାର୍ଡ ଏହି ଅଧିକାରକୁ ସୁନିଶ୍ଚିତ କରିଛି ।

ସୋମବାର ହେଲିକାପଟର ଯୋଗେ କନ୍ଧମାଳ ଗସ୍ତରେ ଆସି ଫୁଲବାଣୀ ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀନବୀନ ପଟନାୟକ ଜିଲ୍ଲାରେ ବିଜୁ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲତ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହା ସହିତପ୍ରାୟ 840କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।
ସୋମବାର ହେଲିକ।ପ୍ଟର ଯୋଗେପୂର୍ବାହ୍ନ ୧୧ଟା୧୫ ମିନିଟ ରେ ଫୁଲ ବାଣୀସ୍ଥିତ ଷ୍ଟାଡିୟମରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ଏହି ଯୋଜନାରେ କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକ ଓ ୩ଟି ପୌରାଞ୍ଚଳରେ ୧ ଲକ୍ଷ ୬୫ ହଜାର ୯୭ ଜଣ ହିତାଧିକାରୀ ସ୍ମାର୍ଟ ସ୍ୱାସ୍ଥ୍ୟସେବା ପାଇବେ । ଏହାର ସଠିକ ପରିଚାଳନା କରିବା ପାଇଁ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଓ ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ଫୁଲବାଣୀରେ ଥିବାବେଳେ ମନ୍ତ୍ରୀ ବିକ୍ରମ ଆରୁଖ, ତୁଷାର କାନ୍ତ ବେହେରା ଙ୍କ ସମେତ ୮ ଜଣ ମନ୍ତ୍ରୀ ଓ ବିଧାୟକ ମାନେ ଜିଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ସ୍ମାର୍ଟ ହେଲତ କାର୍ଡର ଶୁଭାରମ୍ଭ କରିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଦ୍ୱାରା ପ୍ରତି ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚର ସୁବିଧା ରହିଛି । ଦେଶର ୨ ଶହ ବଡ ବଡ ବଛା ବଛା ହସପିଟ। ଲ ରେ ଏହି ସ୍ମାଟ ହେଲତ କାର୍ଡ ମାଧ୍ୟମରେ ଚିକିତ୍ସା ସେବା ପାଇ ପାରିବେ ଗରୀବ ଲୋକେ ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ କଂଗ୍ରେସ ଓ ବିଜେପି ପକ୍ଷରୁ ତୀବ୍ର ବିରୋଧ କର।ଯାଇଥିଲା ବୋଲି କୁହାଯିବା ପରେ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁଫୁଲବାଣୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଥିଲାl ପ୍ରାୟ ତିରିଶ ଜଣ କର୍ମୀଙ୍କୁ ପୋଲିସ ବିଭିନ୍ନ ସ୍ଥାନରୁ ଅଟକ ରଖିଥିଲା l ମୁଖ୍ୟମନ୍ତ୍ରୀଙ୍କ କIର୍ଯ୍ୟକ୍ରମରେ କୋଭିଡ଼ ୧୯ଗାଇଡ଼ଲାଇନ ଅନୁଯାୟୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ହିତାଧିକାରୀଙ୍କୁ ସ୍ମାର୍ଟ ହେଲ ତ କାର୍ଡ ବଣ୍ଟନ କରI ଯାଇଥିଲା ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସ ଯୋଗୁଁ ଗରିବଲୋକଙ୍କ ମଧ୍ୟରେ ଅର୍ଥ ଅଭାବରୁ ଚିକିତ୍ସା କରାଇ ନ ପାରିବା ଭୟ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଯୋଜନା ଆଜି କନ୍ଧମାଳ ଜିଲ୍ଲାର ୬ଲକ୍ଷରୁ ଉର୍ଦ୍ଧ ଲୋକଙ୍କ ମୁହଁରେ ହସ ଫୁଟାଇଵ ।ଅନ୍ୟମାନଙ୍କ ମଧ୍ୟରେପଂଚାୟତ ରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଡ଼. ଅଚ୍ୟୁତ ସାମନ୍ତ,ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲି ଗୁଡା ବିଧାୟକ ଚକ୍ରମଣି କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବିଧାୟକ ତଥା ବିଜେଡି ନେତା ପ୍ରଣବ ଦାସ, ମନ୍ତ୍ରୀ ପଦ୍ମିନୀ ଦିଆନ ପ୍ରମୁଖ ଉପସ୍ଥିତଥିଲେl ବିଜେଡ଼ି ନେତା କୁନାତ୍ରିପାଠୀ ଓ ସୁଲତା ଦେଓ ମଞ୍ଚ ପରିଚାଳନା କରିଥିଲେ l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *