ଏକାଦଶୀରେ ଆମିଷ ଆଣି ଖାଇଲା ସ୍ୱାମୀ, କିରୋସିନ ଢାଳି ନିଆଁ ଲଗାଇ ଦେଲା ସ୍ତ୍ରୀ, ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ଭୋପାଳ : ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲା ବେତିୟାରେ ସ୍ୱାମୀଙ୍କ ପ୍ରତାଡ଼ନାରେ ଅସ୍ତବ୍ୟସ୍ତ ହୋଇ ଜଣେ ନବବିବାହିତା କିରୋସିନ ଢାଳି ନିଜକୁ ନିଆଁ ଲଗାଇ ଦେଇଛନ୍ତି । ଏଥିରେ ମହିଳା ଜଣକ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେପଟେ ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ମଧ୍ୟ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି । ମାମଲା ବିହାରର ମଝୋଲିୟା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ନା’ ଆରତି ଦେବୀ । ତାଙ୍କ ସ୍ୱାମୀ ରାହୁଲ କୁମାର ଅତ୍ୟଧିକ ଭାବରେ ଆମିଷ ଖାଉଥିଲେ, ଯାହାକୁ ନେଇ ସ୍ତ୍ରୀ ଅଧିକ ଚିନ୍ତିତ ହୋଇ ପଡ଼ିଥିଲେ । ଏହି କାରଣରୁ ଉଭୟ ସ୍ୱାମୀ, ସ୍ତ୍ରୀଙ୍କ ଭିତରେ ଝଗଡ଼ା ଲାଗି ରହୁଥିଲା । ସୋମବାର ରାହୁଲ, ଆରତିଙ୍କୁ ଆମିଷ ଖାଦ୍ୟ ତିଆରି କରିବାକୁ କହିଥିଲେ । କିନ୍ତୁ ଏକାଦଶୀ କାରଣରୁ ଆରତି ଏହାକୁ ରାନ୍ଧି ପାରିବେ ନାହିଁ ବୋଲି ସଫା ମନା କରି ଦେଇଥିଲେ । ଏହି କଥାକୁ ନେଇ ଦୁଇଜଣଙ୍କ ଭିତରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଆରତି ଦେବୀ ରାଗିଯାଇ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ଆରତି ପାଖାପାଖି ୯୦ ପ୍ରତିଶତ ଜଳି ଯାଇଥିଲେ । ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ସେ ଆଖି ବୁଜିଥିଲେ । ଏ ନେଇ ମହିଳାଙ୍କ ବାପା ପହାଡ଼ପୁର ଥାନା ଅନ୍ତର୍ଗତ ମନକରରିୟା ଗାଁ ନିବାସୀ ନଗେନ୍ଦ୍ର ସିଂ ଥାନାରେ ଅଭିଯୋଗ କରିଛନ୍ତି । ଜ୍ୱାଇଁ ରାହୁଲ କୁମାର ତାଙ୍କ ଝିଅକୁ ପୋଡ଼ି ମାରି ଦେଇଥିବା ନଗେନ୍ଦ୍ର ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *