୨୦୦ ଟଙ୍କା ପାଇଁ ମାମୁଙ୍କୁ ହତ୍ୟା କଲା ଭଣଜା

ନବରଙ୍ଗପୁର : ମାତ୍ର ୨୦୦ ଟଙ୍କା ପାଇଁ ମାମୁଙ୍କୁ ହତ୍ୟା କଲା ଭଣଜା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତୋହରା ପଞ୍ଚାୟତର ଧୁଙ୍ଗିଆପାଣି ଗ୍ରାମରେ । ଏହି ଗ୍ରାମରେ ବସବାସ କରୁଥିବା ରାଧବ ମାଝୀ(୬୫)ଙ୍କୁ ତାଙ୍କ ଭଣଜା ଧନୁର୍ଜୟ ମାଝୀ(୪୦) ଟାଙ୍ଗିଆରେ ହାଣି ହତ୍ୟା କରିଥିବା ମୃତକଙ୍କ ଝିଅ ଓ ବୋହୂ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ମାମୁଁଙ୍କ ଠାରୁ ଭଣଜା କୁଲି କାମରେ ୨୦୦ ଟଙ୍କା ପାଇବାର ଥିଲା । ତେବେ ୨୦୦ ଟଙ୍କାକୁ ନେଇ ଉଭୟ ମାମୁଁ ଭଣଜା ମଧ୍ୟରେ ଝଗଡ଼ା ହୋଇଥିଲା । ଭଣଜା ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆରେ ମାମୁଁ ରାଧବଙ୍କ ମୁଣ୍ଡକୁ ହାଣିଥିଲା ।

ଯାହାଫଳରେ ରାଧବଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ହତ୍ୟା କରି ଭଣଜା ଫେରାର ହେବା ସମୟରେ ଗ୍ରାମବାସୀ ଭଣଜାକୁ ଧରି ପୋଲିସକୁ ଜିମା ଦେଇଥିଲେ । ମୃତକଙ୍କ ପୁଅ ଆଜି ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଉମରକୋଟ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ ଓ ଅତିରିକ୍ତ ଆଇଆଇସି ଲିମା ରାଜ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ । ଶବ ବ୍ୟବଚ୍ଛେଦ ଲାଗି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଆଜି ବ୍ୟବଚ୍ଛେଦ କରିବା ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ନେଇ ଏକ ମାମଲା ରୁଜୁ କରି ଭଣଜା ଧନୁର୍ଜୟ ମାଝିଙ୍କୁ ଗିରଫ କରାଯିବା ପରେ କୋର୍ଟଚାଲାଣ କରାଯାଇଛି । ଉମରକୋଟ ଥାନା ଅତିରିକ୍ତ ଆଇଆଇସି ଲିମା ରାଜ ପ୍ରଧାନ ଘଟଣାର ତଦନ୍ତକାରୀ ଅଧିକାରୀ ଭାବରେ ଦାୟିତ୍ୱ ନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *