ଏହି ଦେଶରେ ଲାଗୁ ହେଲା ନୂଆ ନିୟମ : ଦୁଷ୍କର୍ମ ଅଭିଯୁକ୍ତକୁ କରାଯିବ ନପୁଂଶକ

ନୂଆଦିଲ୍ଲୀ: ପାକିସ୍ତାନରେ ଲାଗୁ ହୋଇଛି ଏକ ନୂଆ ନିୟମ । ଏହି ନିୟମ ଅନୁଯାୟୀ ଦୁଷ୍କର୍ମକାରୀକୁ କରାଯାଇପାରିବ ନପୁଂଶକ । ପାକିସ୍ତାନରେ ଅନେକ ଦୁଷ୍କର୍ମ ମାମଲାରେ ଦୋଷୀ ହୋଇଥିବା ଅପରାଧୀକୁ ସଂସଦ ଦ୍ୱାରା ପାରିତ ହୋଇଥିବା ନୂଆ ଆଇନ୍ ଅନୁଯାୟୀ ରାସାୟନିକ ଉପାୟରେ ନପୁଂଶକ କରାଯାଇପାରେ । ଏହି ନିୟମର ଉଦ୍ଦେଶ୍ୟ ଦଣ୍ଡରେ ଶୀଘ୍ରତା ଆଣିବା । ଏହି ନିୟମ ମହିଳା ଏବଂ ଶିଶୁଙ୍କ ଉପରେ ହେଉଥିବା ଦୁଷ୍କର୍ମ ଘଟଣାରେ ବୃଦ୍ଧି ଏବଂ ଅପରାଧ ଉପରେ ପ୍ରଭାବୀ ଢ଼ଙ୍ଗରେ ଅଙ୍କୁଶ ଲଗାଇବା ପାଇଁ ବଢ଼ୁଥିବା ଦାବିର ଫଳସ୍ୱରୂପ । ରାଷ୍ଟ୍ରପତି ଆରିଫ ଅଲ୍ଚୀଙ୍କ ପାକିସ୍ତାନ ମନ୍ତ୍ରୀମଣ୍ଡଳ ଦ୍ୱାରା ପାରିତ ଅଧ୍ୟାଦେଶ ଉପରେ ମୋହର ଲଗାଇବାର ଏକ ବର୍ଷ ପରେ ଏହି ବିଧେୟକ ପାରିତ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, ଅପରାଧିକ ଆଇନ ୨୦୨୧ ବିଧେୟକକୁ ବୁଧବାର ସଂସଦରେ ପାରିତ କରାଯାଇଛି । ବିଧେୟକ ଅନୁଯାୟୀ, ରାସାୟନିକ ଭାବରେ ନପୁଂଶକ କରିବା ପ୍ରକ୍ରିୟା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ନିୟମ ଅନୁଯାୟୀ ସୂଚିତ କରାଯାଇଛି । ଏହା ଅନୁଯାୟୀ ବ୍ୟକ୍ତିକୁ ଜୀବନରେ କୌଣସି ପ୍ରକାର ସଂଭୋଗ କରିବାକୁ ଅସମର୍ଥ କରାଯିବ । ରାସାୟନିକ ଭାବରେ ନପୁଂଶକ କରିବା ହେଉଛି ଯୌନ ପ୍ରକିୟାକୁ କମ୍ କରିବା ପାଇଁ ଔଷଧର ବ୍ୟବହାର ଅଟେ । ରିପୋର୍ଟ ଅନୁଯାୟୀ ଦକ୍ଷିଣ କୋରିଆ, ପୋଲାଣ୍ଡ, ଚେକ ଗଣରାଜ୍ୟ ଏବଂ ଆମେରିକାର କିଛି ରାଜ୍ୟରେ ଏହି ଦଣ୍ଡ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *