କେରଳରେ ଭୀଷଣ ବର୍ଷା : ଏର୍ଣ୍ଣାକୁଲମ୍‌, ଇଡୁକି ଓ ତ୍ରିଶୁରରେ ରେଡ୍ ଆଲର୍ଟ

କେରଳ : କେରଳର ବିଭିନ୍ନ ଭାଗରେ ଶନିବାର ରାତିରୁ ହେଉଥିବା ଭୀଷଣ ବର୍ଶା କାରଣରୁ ରାଜ୍ୟ ବହୁ ନଦୀବନ୍ଧର ଜଳସ୍ତର ବିପଦ ସଙ୍କେତ ନିକଟତର ହୋଇଛି । ସେହିପରି ରବିବାର ସକାଳେ ବହୁ ସଡ଼କ ଜଳମଗ୍ନ ହୋଇଯାଇଥିଲା । ବର୍ଷାର ଏହି ସ୍ଥିତି ରାଜ୍ୟର କେନ୍ଦ୍ରୀୟ ଜିଲ୍ଲା ଇଡ଼ୁକି, ଏର୍ଣ୍ଣାକୁଲମ୍ ଓ ତ୍ରିଶୁରରେ ଆଉ ଦୁଇଦିନ ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି । ରାଜ୍ୟର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ଲଗାଣ ବର୍ଷା ଜାରି ରହିଥିବାରୁୂ ଜଳସ୍ତର ବୃଦ୍ଧିକୁ ନିୟନ୍ତ୍ରଣ କରିବା ନିମନ୍ତେ ନଦୀଗୁଡ଼ିକର ସଟର୍‌କୁ ୪୦ ସେଣ୍ଟିମିଟର ଉଠାଇବା ପାଇଁ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରୋଶି ଅଗଷ୍ଟିନ୍ ଏକ ଫେସ୍‌ବୁକ୍ ପୋଷ୍ଟରେ କହିଛନ୍ତି ।

ତେଣୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଜଳସ୍ତର ବଢ଼ିଲେ ବନ୍ଧର ଗେଟ୍ ଖୋଲାଯିବାକୁ ଥିବାରୁ ପେରିୟାର୍ ନଦୀର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ସେହିପରି ପଥାନାମଥିଟ୍ଟା ଓ କୋଲ୍ଲାମ୍ ଜିଲ୍ଲାର ବହୁ ସଡ଼କ ଜଳମଗ୍ନ ହୋଇଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଏହି ଦୁଇ ଜିଲ୍ଲାରେ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ଲଗାଣ ବର୍ଷା ଯୋଗୁଁ ସ୍ଥାନେ ସ୍ଥାନେ ମାଟି ଧସିବାରୁ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଫଳରେ କର୍ତ୍ତୃପକ୍ଷଙ୍କୁ ପାହାଡ଼ିଆ ଅଞ୍ଚଳ, ନଦୀକୂଳ ଏବଂ ପର୍ଯ୍ୟଟନସ୍ଥଳରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଛି । ତିରୁଅନନ୍ତପୁରମ୍‌ରେ ଅତ୍ୟଧିକ ବର୍ଷା ହେବ ବୋଲି ଆଇଏମ୍‌ଡି ପକ୍ଷରୁ ଶନିବାର କୁହାଯାଇଥିଲା । ସେହିପରି କୋଲ୍ଲାମ୍‌, ପାଥାନାମଥିଟ୍ଟା, ଆଲାପଝା, କୋଟ୍ଟାୟାମ୍ ଓ ଇଡ଼ୁକିରେ ଭୀଷଣ ବର୍ଷା ହେବ ବୋଲି ଚେତାବନୀ ଦିଆଯିବା ସହ ଏହି ଜିଲ୍ଲାରେ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *