ମାଓ ଭୟରେ ୩ ବର୍ଷ ହେଲା ସରପଞ୍ଚ ବାହାରେ, ବିକାଶ ପାଲଟିଛି ସାତସପନ

କନ୍ଧମାଳ: କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳରେ ଆଜି ମଧ୍ୟ ବିକାଶ ପାଲଟିଛି ସାତସପନ । ରାଜ୍ୟ ସରକାରଙ୍କ ଏହି ଆଦିବାସୀ ବିକାଶ ଅନେକ ସ୍ତରରେ ସରକାରୀ କାର୍ଯ୍ୟାଳୟଗୁଡିକର ନାଲିଫିତା ତଳେ ବେଶ୍ ଚାପି ହୋଇ ରହିଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏଭଳି ଏକ ପଞ୍ଚାୟତ ହେଉଛି ଫିରିଙ୍ଗିଆ ବ୍ଲକର ମାଓ ଅଧ୍ୟୁଷିତ ଭାବେ ପରଚିତ ସୁମେରବନ୍ଧ । ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ ଏବେବି ଏହି ଅଞ୍ଚଳବାସୀଙ୍କ ପାଇଁ ସାତସପନ ହୋଇପଡ଼ିଛି । ଗୋଟିଏ ପଟେ ଅଞ୍ଚଳର ବିକାଶ ହୋଇପାରୁନଥିବା ବେଳେ ଅନ୍ୟପଟେ ଏହି ଅଞ୍ଚଳରେ ମାଓବାଦୀଙ୍କ ଭୟରେ ବିକାଶ ଅଧା ବାଟରେ ଅଟକି ରହିଛି । ସୁମେରବନ୍ଧ ପଞ୍ଚାୟତରେ ନା ଅଛି ପିଇବା ପାଣିର ସୁବିଧା ନା ଅଛି ସ୍ୱାସ୍ଥ୍ୟ କିମ୍ବା ଗମନା ଗମନର ସୁବିଧା । ଗତ ସାଧାରଣ ନିର୍ବାଚନ ସମୟରେ ରିବିଲଦା ଓ ସୁମେରବନ୍ଧ ଯିବା ରାସ୍ତାରେ ମାଓବାଦୀମାନେ ଦୁଇଟି ପୁଲିଂ ଗାଡିକୁ ଜାଳିଦେଇଥିଲେ । ଏହି ଘଟଣାର ମାତ୍ର କିଛି ମାସ ପରେ ଗ୍ରାମର ଜଣେ ଠିକାଦାର କୈଳାଶ ଦିଗାଲଙ୍କୁ ମାଓବାଦୀ ପୁଲିସ୍ ଇନଫର୍ମର ନାମରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।

ସେହି ସମୟରେ ହିଁ ପଞ୍ଚାୟତର ସରପଞ୍ଚଙ୍କୁ ମାଓବାଦୀ ହତ୍ୟା ଧମକ ଦେଇଥିଲେ । ଫଳରେ ଆଜିକୁ ପ୍ରାୟ ୩ବର୍ଷ ହେଲା ସରପଞ୍ଚ ଓ ତାଙ୍କ ପରିବାର ମାଓ ଭୟରେ ଅନ୍ୟତ୍ର ରହିଛନ୍ତି । କୌଣସି ପ୍ରଶାସନିକ ଅଧିକାରୀ ଏହି ପଞ୍ଚାୟତକୁ ଯିବାକୁ ମଙ୍ଗୁ ନଥିବା ଆଉଏକ କାରଣ । ତେବେ ଗତ କିଛିମାସ ହେଲା ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉଦ୍ୟମ ଯୋଗୁଁ ସୁମେରବନ୍ଧ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ମିନି ମୋବାଇଲ ଟାୱାର ନିର୍ମାଣ ହେବା ସମ୍ଭବ ହୋଇପାରିଛି । ପଞ୍ଚାୟତର ୧୧ ଟି ୱାର୍ଡ଼ରୁ ମଧ୍ୟରୁ ୯ଟି ୱାର୍ଡ ମିଙ୍ଗୁନପଦର, ଡ଼ାଗରପଦର, ସୁମେରବନ୍ଧ ଭଳି ଗ୍ରାମକୁ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତାନାହିଁ । ପିଇବା ପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଟେଲି ଯୋଗାଯୋଗ ସମ୍ପୂର୍ଣ୍ଣଭାବେ ଅପହଞ୍ଚ ହୋଇପଡିଛି । ଜରୁରୀକାଳୀନ ସେବା ପାଇବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି ।

ଆମ୍ବୁଲାନ୍ସ ଓ ଦମକଳ ଭଳି ସେବା ପାଇବାରୁ ବଞ୍ଚିତ ପଞ୍ଚାୟତବାସୀ । ଏହି ସୁମେରବନ୍ଧ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ମିଙ୍ଗୁନପଦରଠାରେ ନିର୍ମାଣ କରାଯାଉଛି । ଆଜକୁ ପ୍ରାୟ ୪ ବର୍ଷ ହେବ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କାମ ଶେଷହୋଇ ପାରୁନାହିଁ । ଫଳରେ ହିତାଧିକାରୀ ଚାଉଳ କିମ୍ବା ଭତ୍ତା ନେବାକୁ ଦୀର୍ଘ କିଲୋମିଟର ସହ ବଣ ଜଙ୍ଗଲ ରାସ୍ତା ଦେଇ ନିକଟସ୍ଥ ସାଡିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥାନ୍ତି । ବର୍ତ୍ତମାନ ସାଡିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟଠାରେ ଦୁଇଟି ପଞ୍ଚାୟତର କାର୍ଯ୍ୟ ଗୋଟିଏ ସ୍ଥାନରେ ଚାଲୁଛି । ଅନ୍ୟପଟେ ମାଓଦମନ ପାଇଁ ସୁମେରବନ୍ଧ ଓ ସାଡିଙ୍ଗିଆ ପଞ୍ଚାୟତ ସୀମା କଟାପଙ୍ଗାରେ ଏକ ସିଆର୍‌ପିଏଫ୍ କ୍ୟାମ୍ପ ନିର୍ମାଣ କରାଯାଇଛି । ଫଳରେ ଜନସାଧାରଣଙ୍କ ମଧ୍ୟରେ କିଛିମାତ୍ରାରେ ମାଓ ଭୟ ଦୂର ସମ୍ଭବ ହୋଇପାରିଛି କିନ୍ତୁ ମଝିରେ ମଝିରେ ମାଓବାଦୀମାନେ ସେମାନଙ୍କ ସ୍ଥିତି ଜାହରି ପାଇଁ ଛୋଟ ଛୋଟ ଘଟଣା ଘଟାଉଥିବା ଯୋଗୁଁ ତାହା ମଧ୍ୟ ପଞ୍ଚାୟତବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ମାଓ ଭୟରେ ହେଉ କିମ୍ବା ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବହେଉ ବର୍ଷବର୍ଷ ଧରି ଏହି ସୁମେରବନ୍ଧ ପଞ୍ଚାୟତରେ ଏକ ପ୍ରକାର ବାଟବଣା ହୋଇଯାଇଥିବା ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥାନୀୟ ପଞ୍ଚାୟତବାସୀ ଦାବି କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *