ଝାରସୁଗୁଡ଼ାରେ ଆରମ୍ଭ ହେଲା BSKYର ସ୍ମାର୍ଟ ସ୍ୱାସ୍ଥ୍ୟସେବା

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ସ୍ମାର୍ଟ ହେଲ୍ଥ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ ଝାରସୁଗୁଡାରେ ମଧ୍ୟ ଆରମ୍ଭ ହୋଇଛି। ଝାରସୁଗୁଡ଼ାରେ BSKYର ସ୍ମାର୍ଟ କାର୍ଡକୁ ନିଜ ହାତରେ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନାଯୋଗ୍ୟ ୟେ, ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ଦେବାରେ ଦେଶରେ ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା। ଖାଲି କାର୍ଡ ବଣ୍ଟା ଯାଇନାହିଁ, ସ୍ମାର୍ଟ କାର୍ଡ ବାଣ୍ଟନ ସହ ଝାରସୁଗୁଡ଼ାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ନିଜ ଉଦବୋଧନରେ ନବୀନ କହିଛନ୍ତି, ଝାରସୁଗୁଡ଼ା କଥା ମନକୁ ଆସିଲେ ବୀର ସୁରେନ୍ଦ୍ର ସାଏଙ୍କ କଥା ମନକୁ ଆସେ।

ତାଙ୍କର ସାହସ ସଂଗ୍ରାମ ଓ ଦେଶପ୍ରେମର କାହାଣୀ ଆମକୁ ସବୁବେଳେ ପ୍ରେରଣା ଦେଉଥିବ। ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି, ବିକାଶର ଧାରାରେ ଝାରସୁଗୁଡ଼ା ଆଗକୁ ବଢ଼ିଚାଲିଛି। ଶିଳ୍ପ କ୍ଷେତ୍ରରେ ନୂଆ ପରିଚୟ ଆଣିଛି ଝାରସୁଗୁଡ଼ା। ଆଜି ଝାରସୁଗୁଡ଼ାରେ ୧୪୬ କୋଟିର ପ୍ରକଳ୍ପ ଉଦଘାଟନ ହେବା ସହ୧୫୩ କୋଟିର ପ୍ରକଳ୍ପକୁ ଶିଳାନ୍ୟାସ କରାଯାଇଛି। ସେପଟେ ଝାରସୁଗୁଡ଼ା ଓ ବ୍ରଜରାଜନଗର ପାଇଁ ୨ଟି ଓ୍ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କାମ ଆରମ୍ଭ ହୋଇଛି। ଏହା ସହିତ ସବୁ ଗାଁକୁ ବିଶୁଦ୍ଧ ପାଣି ଯୋଗାଣ ଯୋଜନା ମଧ୍ୟ ଆରମ୍ଭ ହୋଇଛି।

ରସୁଗୁଡ଼ାର ସବୁ ଜିଲ୍ଲା ଓ ସହର ପାଇଁ ୬୧୮ କୋଟି ଟଙ୍କାର ଡ୍ରିଙ୍କିଙ୍ଗ ଓ୍ୱାଟର ପ୍ରକଳ୍ପରେ କାମ ଆରମ୍ଭ ହୋଇଛି। ଜୁନ ୨୦୨୨ ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାର ଗାଁ ଠାରୁ ସହର ସବୁ ସ୍ଥାନକୁ ପାଣି ଯୋଗାଇ ଦିଆଯିବ। ଏକଲକ୍ଷ ୨୨ହଜାର ଲୋକଙ୍କ ଘରକୁ ଟ୍ୟାପ୍ ଯୋଗେ ଜଳ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଝାରସୁଗୁଡା ଜିଲ୍ଲାରେ କୃଷିର ବିକାଶ ପାଇଁ ୧୮୬ କୋଟି ଟଙ୍କାର ମେଗା ଲିଫ୍ଟ ଇରିଗେସନ କାମ ଚାଲିଛି। ସେପଟେ ପାର୍ବତି ଇରିଗେସନ ଯୋଜନାରେ ଏକ ହଜାର ହେକ୍ଟ ଜମିକୁ ଜଳ ସେଚନ ସୁବିଧା କରାଯାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *