ଛାତ୍ରୀଙ୍କ ସାଥିରେ ଶିକ୍ଷକ ଯାହା କରୁଥିଲେ ଜାଣିଲେ ହୋସ୍ ଉଡ଼ିବ, ଶେଷରେ ଛାତ୍ରୀ….

ଚେନ୍ନାଇ : ତାମିଲନାଡୁର କୋଏମ୍ବଟୁରରେ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ନିଜ ଘରେ ରଶୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ଘରେ ବାପାମାଆ ନଥିବା ବେଳେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ଏହି ଖବର ପୋଲିସ ପାଇବା ପରେ ଆତ୍ମହତ୍ୟା କରିଥିବା ଯୁବତୀଙ୍କ ରୁମରୁ ସୁଇସାଇଡ୍ ନୋଟ୍ ଜବତ କରିଛି । ନୋଟରେ ତିନି ଜଣ ଲୋକଙ୍କ ନା’ ଉଲ୍ଲେଖ ରହିଛି । ସୁଚନା ଅନୁସାରେ କୋଏମ୍ବଟୁରରେ ରହୁଥିବା ଜଣେ ୧୭ ବର୍ଷୀୟ ଛାତ୍ରୀ ଏକ ପ୍ରାଇଭେଟ୍ ସ୍କୁଲରେ ପଢ଼ୁଥିଲେ ।

ସେ ଖୁବ୍ କମ୍ ଦିନ ସ୍କୁଲ ଗଲା ପରେ ଅଚାନକ ସ୍କୁଲ ଛାଡ଼ିବା କଥା କହିଥିଲେ । ଆଉ ସ୍କୁଲରୁ ଟିସି ମଧ୍ୟ ମିଳି ସାରିଥିଲା । ଏହାପରେ ଶୁକ୍ରବାର ଛାତ୍ରୀ ଜଣକ ନିଜ ଘରେ ଫାଶୀ ଦେଇଥିବା ଜଣାପଡ଼ିଥିଲା । ତେବେ ମୃତ ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ସ୍କୁଲର ଜଣେ ଶିକ୍ଷକ ତା’ ସହିତ ଯୌନ ଉତ୍ପୀଡ଼ନ କରୁଥିଲା ।

ଛାତ୍ରୀ ଜଣକ ଏନେଇ ଅଭିଯୋଗ ମଧ୍ୟ କରିଥିଲେ । ମୃତ ଛାତ୍ରୀଙ୍କ ବାପା କହିଛନ୍ତି ଯେ, ସ୍କୁଲର ମିଥୁନ ଚକ୍ରବର୍ତ୍ତୀ ନାମକ ଜଣେ ଶିକ୍ଷକ ସେ ତାଙ୍କ ଝିଅକୁ ଯୌନ ଉତ୍ପୀଡନ କରୁଥିଲା ଓ ଏହିକଥା ଝିଅ ଖୋଦ୍ ଆସି ତାଙ୍କୁ ଜଣାଇଥିଲା । ପୋଲିସ୍ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *