ସ୍ୱର୍ଣ୍ଣମୟୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବୈଠକ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ନିକଟସ୍ଥ ମା କାଳୀ ମନ୍ଦିର ପ୍ରାଙ୍ଗଣରେ ଟ୍ରଷ୍ଟର ଚେୟାରମ୍ୟାନ ସ୍ୱର୍ଣ୍ଣମୟୀ ରାଉତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଯାଇଅଛି । ଉକ୍ତ ବୈଠକରେ ଟ୍ରଷ୍ଟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ ଏବଂ ଚାରିଟେବୁଲ ଟ୍ରଷ୍ଟର ପ୍ରତ୍ୟେକ ଜିଲ୍ଲାରୁ ଜିଲ୍ଲା ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିଲେ । ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଟ୍ରଷ୍ଟ କୁ ଆଗେଇ ନେବା ପାଇଁ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ । ଟ୍ରଷ୍ଟ ର ମୁଖ୍ୟ ଉଦ୍ଦେଶ୍ୟ ଏହି କି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ପ୍ରତ୍ୟେକ ଗ୍ରାମର କୋଣ ଅନୁକୋଣରେ ଥିବା ଗରିବ ଅସହାୟ,ଅବହେଳିତ ପରିବାରକୁ କି ପରି ଭାବରେ ସୁବିଧା,ସହଯୋଗ ଯୋଗାଇଦେବା ଟ୍ରଷ୍ଟ ର ମୂଳ ଲକ୍ଷ୍ୟ ଏବଂ ପାଠ ପଢ଼ାରୁ ବଞ୍ଚିତ ଥିବା ପିଲାମାନଙ୍କୁ ଶିକ୍ଷା କ୍ଷେତ୍ର ରେ ଅଗ୍ରଗତି କରାଇବା ଓ ସଂସାର ରେ ପ୍ରତ୍ୟେକ ପିତା ମାତାଙ୍କୁ ତାଙ୍କର ବୃଦ୍ଧାବସ୍ଥା ରେ କି ପରି ଲାଳନ ପାଳନ କରିବା ସେଥିପାଇଁ ଜନ ସଚେତନତା କରାଇବା ।

ଥାନା କୋର୍ଟ କଚେରି ରେ ଗରିବ ଅସହାୟ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ।ରୋଗୀ ର ରୋଗ ବୈରାଗ କ୍ଷେତ୍ର ରେ ସେମାନଙ୍କୁ ମେଡିକାଲ ସହାୟତା କରିବା ଇତ୍ୟାଦି ଟ୍ରଷ୍ଟ ର ମୁଖ୍ୟ ଉଦ୍ଦେଶ୍ୟ ।ଟ୍ରଷ୍ଟ ର ଜଣେ ସୁ ପ୍ରତିଷ୍ଠିତ ବୁଦ୍ଧିଜୀବୀ ଓ ପରାମର୍ଶଦାତା ପ୍ରତାପ ବେହେରା ମୋହଦୟ ତାଙ୍କ ଅଭଭାଷଣରେ କହିଥିଲେ ଯେ ଆଗାମୀ ଦିନରେ ଟ୍ରଷ୍ଟ କୁ ଆଗେଇ ନେବା ପାଇଁ ମୋ ଦ୍ୱାରା ଯାହା ଯଥା ସମ୍ଭବ ହେବ ମୁଁ ଟ୍ରଷ୍ଟ ପାଇଁ ନିଶ୍ଚିନ୍ତ କରିବି ।ଟ୍ରଷ୍ଟ ର ଜଣେ ଯୁବ ସମାଜ ସେବିକା ଭାରତୀ ବାଳା ଦାସ ଏକ ଛୋଟିଆ ଅଭିନୟ ମାଧ୍ୟମରେ ମା ଓ ମମତା ର ମୂଲ୍ୟ ଏକ ଅଂଶ ପରିବେଷଣ କରି ସମାଜ କୁ ଭଲ ବାର୍ତ୍ତା ପହଞ୍ଚାଇ ଥିଲେ ।ସୁଜାତା ନାୟକ ଏବଂ ଚନ୍ଦ୍ରକାନ୍ତି ମହାନ୍ତି ମୋହଦୟା ଗୀତ ମାଧ୍ୟମରେ ଶାନ୍ତି ମୈତ୍ରିରେ ବନ୍ଧା ଏ ଦୁନିଆ ଓ ଜଗନ୍ନାଥଙ୍କ ବନ୍ଦନା ପରିବେଷଣ କରି ସମସ୍ତଙ୍କ ମନ ମୋହିଥିଲେ ।ସର୍ବଶେଷରେ ଟ୍ରଷ୍ଟ ର ଯୁବ ସମାଜ ସେବୀ ରାଜେନ୍ଦ୍ର ମହାପାତ୍ର ମୋହଦୟ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ସଭା ର ସଭାପତିଙ୍କ ଅନୁମତି କ୍ରମେ ସଭା ସାଙ୍ଗ ର ଘୋଷଣା କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *