ଫଡ୍‌ନବିସଙ୍କୁ ୫ କୋଟିର ମାନହାନି ନୋଟିସ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍‌ସ ମାମଲାରେ ଆର୍ଯ୍ୟନ୍ ଖାନ୍ ଗିରଫ ହେବା ଦିନଠାରୁ ମହାରାଷ୍ଟ୍ର ମନ୍ତ୍ରୀ ନୱାବ୍ ମାଲିକ୍ କ୍ରମାଗତଭାବେ ଏନ୍‌ସିବି (ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋ) ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ସମେତ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କୁ ଟାର୍ଗେଟ କରିଆସୁଛନ୍ତି । ଏହି ରାଜନୈତିକ ଟଣାଓଟରା ମଧ୍ୟରେ ନୱାବ୍‌ଙ୍କ ଜ୍ୱାଇଁ ସମୀର ଖାନ୍ ଗୁରୁବାର ଫଡ୍‌ନବିସଙ୍କ ନିକଟକୁ ୫ କୋଟି ଟଙ୍କାର ଏକ ମାନହାନି ନୋଟିସ ପଠାଇଛନ୍ତି । ସୂଚନାଯୋଗ୍ୟ ଏନ୍‌ସିିବିି ଅଧିକାରୀମାନେ ପୂର୍ବରୁ ସମୀରଙ୍କୁ ଡ୍ରଗ୍‌ସ ମାମଲାରେ ଗିରଫ କରିଥିବାବେଳେ ସେ ବର୍ତ୍ତମାନ ଜାମିନରେ ଆସିଛନ୍ତି । ମାମଲା ବର୍ତ୍ତମାନ ବିଚାରାଧୀନ ଥିବାବେଳେ ଚଳିତମାସ ୧ରେ ଫଡ୍‌ନବିସ ଏକ ବିବୃତି ଦେଇ କହିଥିଲେ ଯେ ସମୀର ଏବେ ମଧ୍ୟ ଡ୍ରଗ୍‌ସ କାରବାରରେ ଲିପ୍ତ ରହିଛନ୍ତି । ଫଡ୍‌ନବିସଙ୍କ ଏଭଳି ମନ୍ତବ୍ୟ ଦ୍ୱାରା ତାଙ୍କର ଓ ପରିବାରର ସମ୍ମାନହାନି ହୋଇଛି ବୋଲି ସମୀର ଅଭିଯୋଗ କରିଛନ୍ତି । ଏନ୍‌ସିବି ଅଧିକାରୀମାନେ ଚଳିତବର୍ଷ ଜାନୁଆରୀରେ ତାଙ୍କର ବାସଭବନ ଉପରେ ଚଢଉ କରିଥିଲେ ସୁଦ୍ଧା କୌଣସି ନିଶାଦ୍ରବ୍ୟ ଜବତ କରିନଥିବାରୁ ଫଡ୍‌ନବିସଙ୍କ ଏଭଳି ମନ୍ତବ୍ୟ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସମୀର କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *