ପତିଙ୍କୁ କୁକୁର ଭଳି ବାନ୍ଧି ବୁଲାଇଲା ପତ୍ନୀ, କାରଣ କ’ଣ ଜାଣନ୍ତୁ….

ନୂଆଦିଲ୍ଲୀ : ପତି-ପତ୍ନୀ ବୁଲି ଯିବାର ଦୃଶ୍ୟ ପ୍ରାୟ ସମସ୍ତେ ଦେଖିଥିବେ । ସପିଂ ପାଇଁ ବଜାରକୁ ହେଉ ବା ପାର୍କ ହେଉ, ହାତରେ ହାତ ଛନ୍ଦି ଯିବାର ଦୃଶ୍ୟ ହୁଏତ ଆପଣ ଦେଖିଥିବେ । ହେଲେ ପତିଙ୍କୁ କୁକୁର ପରି ବେଲ୍ଟରେ ବାନ୍ଧି ବୁଲିଯିବାର ଦୃଶ୍ୟ ହୁଏତ କେହି ଦେଖି ନଥିବେ । ଏପରି ଏକ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି ବ୍ରାଜିଲରେ । ସୂଚନା ଅନୁଯାୟୀ, ମହିଳା ନିଜର ସ୍ୱାମୀକୁ କୁକୁର ପରି ପୋଷାକ ପିନ୍ଧାଇଲେ । ପରେ ତାଙ୍କ ବେକରେ କୁକୁର ଚେନ୍ ବାନ୍ଧି ସାଙ୍ଗରେ ବୁଲାଇନେଲେ । ଏହି ମହିଳାଙ୍କ ନାମ ଲୋନା ଓ ତାଙ୍କ ସ୍ୱାମୀଙ୍କ ନାମ ଆର୍ଥର । ପତି-ପତ୍ନୀ ଦୁହେଁ ପ୍ରଥମେ ଷ୍ଟେସନ ଗଲେ ଓ ପରେ ବଜାର ଗଲେ । ଏପରି ବିଭିନ୍ନ ସାର୍ବଜନୀକ ସ୍ଥାନରେ ବୁଲୁଥିବା ବେଳେ ପତିଙ୍କ ଗଳାରେ ବନ୍ଧା ହୋଇଥିବା କୁକୁର ବେଲ୍ଟ ପତ୍ନୀ ଧରିଥିବାର ଦେଖାଯାଇଥିଲା । ଏପରି ଦୃଶ୍ୟକୁ ଲୋକେ ଆଶ୍ଚର୍ଯ୍ୟ ହୋଇ ଦେଖୁଥିବାର ଦେଖାଯାଇଥିଲା । ଗୋଟିଏ ସ୍ଥାନରେ ଉଭୟେ କିଣାକିଣି କରୁଥିବାର ଦେଖାଯାଇଥିଲା । ସେତେବେଳେ ମଧ୍ୟ ପତ୍ନୀ ପତିଙ୍କ ବେକରେ ପଡ଼ିଥିବା କୁକୁର ବେଲ୍ଟ ଧରିଥିବା ଦେଖାଯାଇଥିଲା । ଆଉ ଏକ ସ୍ଥାନରେ ପତ୍ନୀଙ୍କ ଗୋଡ଼ରେ ଚପଲ ପିନ୍ଧାଉଥିବାର ପତି ନଜର ଆସିଛନ୍ତି । ଏଭଳି ଦୃଶ୍ୟକୁ ଲୋକେ ଆଶ୍ଚର୍ଯ୍ୟ ହୋଇ ଉପଭୋଗ କରୁଥିବା ବେଳେ ଏହାର ଭିଡ଼ିଓ ଭାଇରାଲ ହୋଇଛି । ଲୋକେ ଏହାକୁ ଦେଖି ବେଶ ମଜା ନେଉଛନ୍ତି । ତେବେ ଏ ସମ୍ପର୍କରେ ପତି-ପତ୍ନୀଙ୍କ ଠାରୁ ଶୁଣିବାକୁ ମିଳିଛି ଯେ ଏପରି କରିବା ଦ୍ୱାରା ପ୍ରେମ ବଢ଼ିଥାଏ । ସେକ୍ସ ଓ ରୋମାନ୍ସ ପାଇଁ ଇଚ୍ଛା ବଢ଼ିଥାଏ ବୋଲି ପତ୍ନୀ କହିଛନ୍ତି । ପତି-ପତ୍ନୀଙ୍କ ଏପରି ଦୃଶ୍ୟ ତାଙ୍କର ସେକ୍ସ ଓ ରୋମାନ୍ସ ବଢ଼ାଇଛି କି ନାହିଁ ତାହା ତ ଜଣାପଡ଼ି ନାହିଁ । ହେଲେ ଭିଡ଼ିଓ ଦେଖିବା ପରେ ଲୋକଙ୍କ ମଧ୍ୟରେ ବେଶ ଆନନ୍ଦ ବଢ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *