ରାଜଧାନୀବାସୀଙ୍କ ପାଇଁ କାଳ ବିଏମସି

ଭୁବନେଶ୍ୱର(ବିଜୟ କୁମାର ପଣ୍ଡା): ସେଣ୍ଟରଗୁଡିକରୁନିର୍ଗତଦୁର୍ଗନ୍ଧଓପୋକରାଜଧାନୀବାସୀଙ୍କୁଅସ୍ତବ୍ୟସ୍ତ_କଲାଣି #ସାତଦିନ

ମଧ୍ୟରେ ବିକଳ୍ପ ନକଲେ ସେଣ୍ଟର ଗୁଡ଼ିକୁ ତାଲାପକାଇବୁ ରାଜଧାନୀ ବାସୀଙ୍କୁ ସବୁବେଳେ ବଡ଼ ବଡ଼ ସ୍ୱପ୍ନ ଦେଖେଇ Bhubaneswar Municipal Corporation ଭଣ୍ଡେଇ ଆସିଛି।ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରର / କ୍ଷୁଦ୍ର ଜୈବିସାର ପ୍ରକ୍ରିୟା କରଣ କେନ୍ଦ୍ର ଗୁଡିକ ଭୁବନେଶ୍ୱରର ବିଭିନ୍ନ ଜନବସତି ଗହଳି ସ୍ଥାନରେ ସ୍ଥାପନ କରାଗଲା ଉଦେଶ୍ୟ ଥିଲା ସହରର ସମସ୍ତ ଅଳିଆ ଆବର୍ଜନାକୁ ଏଠାରେ ସଫେଇ ଗାଡ଼ି ଆଣି ଏକତ୍ରିତ କରିବ ଯାହାକି ପୂର୍ବରୁ ସହରଠାରୁ ଦୂରରେ ପକା ଯାଉଥିଲା।

ହେଲେ ଏବେ ଏହା ସହର ବାସୀଙ୍କ ପାଇଁ କାଳ ସାଜିଛି ଏହି ସେଣ୍ଟର ଗୁଡିକରୁ ନିର୍ଗତ ଦୁର୍ଗନ୍ଧ ଓ ପୋକ ଆଖପାଖ ଅଞ୍ଚଳରେ ଅସହ୍ୟ ହୋଇପଡିଛି ତେଣୁ ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ସେଣ୍ଟର ଗୁଡ଼ିକୁ ପରିଦର୍ଶନ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀ Babu Singh ଏବଂ ସେଠିକାର ଅଧିକାରୀ ଙ୍କ ସହ ଆଲୋଚନା କରିବାରୁ ସେ କହିଲେ ଏହି ଦୁର୍ଗନ୍ଧ ପାଇଁ ସେମାନେ କିଛି କରିପାରିବେ ନାହିଁ ଉପରସ୍ତ ଅଧିକାରୀଙ୍କ ସହ ଆଲୋଚନା କରନ୍ତୁ ।ଦୁର୍ଗନ୍ଧ କୁ ବନ୍ଦ କରିବା ପାଇଁ ସେଣ୍ଟର ଗୁଡ଼ିକରେ ଆଧୁନିକ ପଦ୍ଧତିବି ନାହିଁ। ଏଣୁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବେଜେପି ସଭାପତି ଚେତାବନୀ ଦେଇଛି।

 ବିଭିନ୍ନ ଅଞ୍ଚରରେ ଥିବା ଏହି ସେଣ୍ଟର ଗୁଡିକର ଦୁର୍ଗନ୍ଧ ଓ ପୋକ କିପରି ନବ୍ୟାପିବା ସେଥିପାଇଁ ପଦକ୍ଷେପ ନିଅନ୍ତୁ ନହେଲେ ଜନବସତି ଠାରୁ ଦୂରରେ ସେଣ୍ଟର ଗୁଡ଼ିକୁ ସ୍ଥାପନ କରନ୍ତୁ ନହେଲେ ଆଜିଠାରୁ ସାତ ଦିନ ପରେ ସମସ୍ତ ସେଣ୍ଟର ଗୁଡ଼ିକ ସମ୍ମୁଖରେ ବିଜେପି ଧାରଣା ଦେବ।ସେଣ୍ଟର ଗୁଡ଼ିକୁ କାହା ସ୍ୱାର୍ଥ ପାଇଁ ଜନଗହଳି ସ୍ଥାନରେ ସ୍ଥାପନ କରାଗଲା।ଯଦି କରାଗଲା ସ୍ଥାନୀୟ ଜନସାଧାରଣଙ୍କ ମତ କାହିଁକି ନିଆଗଲା ନାହିଁ।ସରକାରଙ୍କ ମୁନାଫା ପାଇଁ ସାଧାରଣ ଲୋକ କାହିଁକି କଷ୍ଟ ସହିବେ। ଦୁର୍ଗନ୍ଧ ଓ ପୋକ ନହେବା ପାଇଁ କାହିଁକି ପଦକ୍ଷେପ ନିଆ ଗଲାନାହିଁ।ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରିବା ଶିଖିବା ଉଚିତ ନହେଲେ ଅଳ୍ପ ବିଦ୍ୟା ଭୟଙ୍କର ଭଳି ସରକାରଙ୍କ ଭୁଲ ପାଇଁ ଜନସାଧାରଣ ଅସୁବିଧା ରେ ପଡ଼ିବେ।ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରରେ ଉତ୍ପାଦିତ କମ୍ପୋଷ୍ଟଗୁଡିକ ଉଦ୍ଭିଦ ଖତ ଭାବରେ ବିକ୍ରି କରି ସରକାର ଲାଭ ନେଉଛନ୍ତି ହେଲେ ଜନସାଧାରଣ ରୋଗରେ ପଡୁଛନ୍ତି ଓ ରାସ୍ତାରେ ଚାଲି ପାରୁନାହାନ୍ତି ଦୁର୍ଗନ୍ଧ ଆଉ ପୋକ ପାଇଁ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *