ସମୁଦ୍ରରୁ ମାଡ଼ି ଆସୁଛି ସୁନାମି : ବାଜିଲା ସାଇରନ୍

କେନ୍ଦ୍ରାପଡ଼ା : ବିପର୍ଯ୍ୟୟ ବଳୟରେ ଉପକୂଳ ଓଡ଼ିଶା । ଏଠି ପ୍ରାକୃତିକ ବିପର୍ଯ୍ୟୟର ଉଗ୍ର ରୂପ ଆଗରେ ହାର ମାନୁଛି ବିଜ୍ଞାନ । ଫେଲ୍ ମାରୁଛି ମଣିଷର ଜ୍ଞାନ କୌଶଳ । ତାଥାପି ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲଟିକୁ ଧ୍ୟାନ ଦିଆଯାଉଛି । ରକ୍ଷା ପାଉଛି ବହୁ ଧନ ଜୀବନ । ତେବେ ଜିରୋ କାଜୁଆଲଟିକ ଗୁରୁତ୍ୱ ଦେଇ ଭଦ୍ରକ ଜିଲ୍ଲା ବାସୁଦେବପୁର ଓ କେନ୍ଦ୍ରପଡା ଜିଲ୍ଲା ପାଟକୁରାରେ ମକ୍ ଡ୍ରିଲ୍ ହୋଇଛି । ବାଜୁଛି ସୁନାମି ସାଇରନ୍ । ମାଇକ୍ ଯୋଗେ ଘନ ଘନ ସତର୍କ ସୂଚନା । ସମୁଦ୍ରରୁ ମାଡ଼ି ଆସୁଛି ସୁନାମି । ଭୟଭୀତରେ ଜୀବନ ବିକଳରେ ଏଣେ ତେଣେ ଧାଉଁଛନ୍ତି ଲୋକେ । କିଏ ଜୀବନ ବଞ୍ଚାଇବାରୁ ବାତ୍ୟା ଆଶ୍ରୟସ୍ଥଳୀ ଖୋଜୁଛି ତ କିଏ ଉଚ୍ଚ ସ୍ଥାନକୁ ଚାଲିଯାଉଛି ।

ପୁଣି କିଏ ଷ୍ଟ୍ରେଚରରେ ଗର୍ଭବତୀ ଓ ବୃଦ୍ଧବୃଦ୍ଧାମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛି । ତେବେ ଏ କୌଣସି ସତ ଘଟଣା ନୁହେଁ ବରଂ ସମୁଦ୍ର ନିକଟବର୍ତ୍ତି ଅଞ୍ଚଳରେ ସୁନାମି ଦାଉରୁ ଲୋକଙ୍କୁ ରକ୍ଷା କରିବାକୁ ଚାଲିଛି ମକ୍ ଡ୍ରଲ୍ । ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଲୋକଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜୀବନ ବଞ୍ଚାଇବାକୁ OSDMA ତରଫରୁ ପ୍ରଶିକ୍ଷଣ ଦିଆଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟକୁରାରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଦିଆଯାଇଛି । କୋରୁଆ ଅଗ୍ନିଶମ ବାହିନୀ ଆକସ୍ମିକ ବିପର୍ଯ୍ୟୟ ତଥା ଗ୍ୟାସ ସିଲିଣ୍ଡରରେ ନିଆଁଲାଗିବା, ଘରପୋଡ଼ି, ନଦୀରେ ବୁଡିଯିବା ଆଦି ବିପତ୍ତିରୁ ରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଇଛି । ଆଦର୍ଶ ବିଦ୍ୟାଳୟ କ୍ଲଷ୍ଟର ଗୁଡ଼ିକରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ଦିଆଯାଇଛି । ବିପର୍ଯ୍ୟୟ ସମୟରେ ଜିରୋ କାଜୁଆଲଟିକୁ ଦୃଷ୍ଟିରେ ରଖି ଏହି ମକ୍ ଡ୍ରିଲ୍ ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *