ଏନ୍‌ସିବି ଚଢଉ ସମ୍ପୂର୍ଣ୍ଣ ପୂର୍ବ ପ୍ରାୟୋଜିତ, ଅର୍ଥ ଲୋଭରେ ଆର୍ଯ୍ୟନ୍‌ଙ୍କୁ ଫସାଇ ଦିଆଯାଇଛି

ମୁମ୍ବାଇ: ମୁମ୍ବାଇ ଡ୍ରଗ୍‌ସ ମାମଲାରେ ଆଉ ଏକ ମୋଡ ଆସିଛି । ଘଟଣାକୁ ଏକମାସରୁ ଅଧିକ ସମୟ ଅତିକ୍ରାନ୍ତ ହୋଇସାରିଥିବାବେଳେ ଏକାଧିକ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଶାହରୁଖଙ୍କ ପୁତ୍ର ଆର୍ଯ୍ୟନ୍‌ଙ୍କୁ ଖସାଇବାକୁ ଏନ୍‌ସିବି (ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋ) ପକ୍ଷରୁ ୨୫ କୋଟି ଲାଞ୍ଚ ଦାବି କରାଯାଇଥିବା ଅଭିଯୋଗ । ଏଥିରେ ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ସଂପୃକ୍ତ ରହିଥିବା ଅଭିଯୋଗକୁ ଭିତ୍ତିକରି ଏନ୍‌ସିବି ପକ୍ଷରୁ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇସାରିଛି । ମୁମ୍ବାଇ ପୁଲିସ ପକ୍ଷରୁ ଘଟଣାର ପୃଥକ ତଦନ୍ତ ମଧ୍ୟ କରାଯାଉଛି ।

ଇତିମଧ୍ୟରେ ବିଜୟ ପାଗାରେ ନାମକ ଜଣେ ସାକ୍ଷୀ ମୁମ୍ବାଇ ପୁଲିସକୁ ଚାଞ୍ଚଳ୍ୟକର ବୟାନ ଦେଇଛନ୍ତି । ଅକ୍ଟୋବର ୨ରେ ଗୋଆ ଅଭିମୁଖେ ଯାତ୍ରା କରୁଥିବା କ୍ରୁଜ୍ ‘କର୍ଡେଲିଆ’ ଉପରେ ଏନ୍‌ସିବି ପକ୍ଷରୁ ଯେଉଁ ଚଢଉ କରାଯାଇଥିଲା, ତାହା ସମ୍ପୂର୍ଣ୍ଣଭାବେ ପୂର୍ବ ପ୍ରାୟୋଜିତ ଥିଲା ବୋଲି ପାଗାରେ ଦାବି କରିଛନ୍ତି । ଆର୍ଯ୍ୟନ୍‌ଙ୍କୁ ଏହି ମାମଲାରେ ଫସାଇ ମୋଟା ଅଙ୍କର ଅର୍ଥ ଉପାର୍ଜନ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ପାଗାରେ କହିଛନ୍ତି । ଶନିବାର ଏକ ପ୍ରମୁଖ ଇଂରାଜୀ ସମ୍ବାଦପତ୍ରକୁ ଦେଇଥିବା ସାକ୍ଷାତକାରରେ ପାଗାରେ କହିଛନ୍ତି ଯେ ସେପ୍ଟେମ୍ବର ୨୭ରେ ଏହି ଚଢଉ ଯୋଜନା ଚୂଡାନ୍ତ ହୋଇଥିବାବେଳେ ଅକ୍ଟୋବର ୨ରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ମୁମ୍ବାଇ ପୁଲିସ ଚଳିତମାସ ୩ ଓ ୪ରେ ପାଗାରେଙ୍କ ଏହି ବୟାନ ରେକର୍ଡ କରିଛି ।

ତଦନୁଯାୟୀ ଉକ୍ତ ଜାହାଜରେ ଡ୍ରଗ୍‌ସ ପାର୍ଟି ଆୟୋଜିତ ହେଉଛି ବୋଲି ଏନ୍‌ସିପି ନେତା ସୁନୀଲ ପାଟିଲ ଏନ୍‌ସିବିକୁ ସୂଚନା ଦେଇଥିଲେ । ସେପ୍ଟେମ୍ବର ୨୭ରେ ମୁମ୍ବାଇର ଭାସି ଅଞ୍ଚଳରେ ଏକ ତାରକା ହୋଟେଲରେ ସୁନୀଲଙ୍କ ପାଇଁ ରୁମ୍ ବୁକ୍ କରାଯାଇଥିବାବେଳେ ହୋଟେଲର ଅନ୍ୟ ଏକ ରୁମ୍ ଘଟଣାର ଅନ୍ୟତମ ସାକ୍ଷୀ କିରଣ ଗୋସାଭିଙ୍କ ନାମରେ ବୁକ୍ କରାଯାଇଥିଲା । ଚଢଉର କିଛିଦିନ ପୂର୍ବରୁ ବିଜେପି କର୍ମୀ ମନୀଶ ଭାନୁଶାଲି, ସୁନୀଲ ଓ ଗୋସାଭି ପରସ୍ପରକୁ ଭେଟିଥିଲେ । ଏହି ସମୟରେ ସୁନୀଲଙ୍କୁ ଚୁମ୍ବନ ଦେଇ ଭାନୁସାଲି କହିଥିଲେ ଯେ ‘ବଡ କାମ ହାସଲ ହୋଇଗଲା, ଏବେ ଆମେ ଅହମ୍ମଦାବାଦ ପଳାଇବା ।

ତେବେ ପାଗାରେଙ୍କୁ ସାଙ୍ଗରେ ନେବା ନାହିଁ’ । ଆଗକୁ କ’ଣ ଘଟିବାକୁ ଯାଉଛି, ସେ ସମ୍ପର୍କରେ କିଛି ଜାଣିପାରିନଥିଲେ ବୋଲି ପାଗାରେ ପୁଲିସକୁ କହିଛନ୍ତି । ଚଢଉର କିଛି ଘଣ୍ଟା ପରେ ଅର୍ଥାତ ଅକ୍ଟୋବର ୩ରେ ଭାନୁସାଲି ହୋଟେଲକୁ ଫେରି ପାଗାରେଙ୍କୁ ତାଙ୍କ ସାଙ୍ଗରେ ଯିବାକୁ କହିଥିଲେ । ସେମାନେ ଏନ୍‌ସିବି କାର୍ଯ୍ୟାଳୟକୁ ଯାଇଥିଲେ । ବାଟରେ କଥାବାର୍ତ୍ତା ସମୟରେ ଭାନୁସାଲି ବାରମ୍ବାର ଶାହରୁଖଙ୍କ ମ୍ୟାନେଜର ପୂଜା ଦାଦ୍‌ଲାନି, କିରଣ ଗୋସାଭି ଓ ବ୍ୟବସାୟୀ ସାମ୍ ଡି’ ସୁଜାଙ୍କ ନାମ ଉଚ୍ଚାରଣ କରୁଥିଲେ । ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିବାପରେ ସେ ଆର୍ଯ୍ୟନ୍ ଓ ଅନ୍ୟ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବାବେଳେ କେତେକ ସାମ୍ବାଦିକ ଉପସ୍ଥିତ ଥିବା ଦେଖିଥିଲେ । ଭାନୁସାଲି ଓ ଗୋସାଭି ଆର୍ଯ୍ୟନ୍‌ଙ୍କୁ ଏସ୍‌କର୍ଟ କରୁଥିବାରୁ ଏହା ଏକ ପୂର୍ବ ପ୍ରାୟୋଜିତ ଘଟଣା ଥିଲା ବୋଲି ସେ ଅନୁଭବ କରିପାରିଥିବା ସମ୍ପର୍କରେ ପାଗାରେ ପୁଲିସକୁ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *