କାଲି ବୋମାରେ ଜଳିଥିଲା ଗାଁ, ଆଜି ପୁରୁଷ ଶୂନ୍ୟ

ପୁରୀ : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାତପଡ଼ାର ନାଥପୁର ଗାଁରେ ସିରିଜ୍ ବୋମାମାଡ଼ ଘଟଣାରେ ଏବେ ବି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି । ଅତିରିକ୍ତ ଏସ୍‌ପି ଘଟଣାସ୍ଥଳରେ ଉପସ୍ଥିତ ରହି ନିଜେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି । ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ଗତକାଲି ଏହି ବୋମାମାଡ଼ ହୋଇଛି । ବୋମାମାଡ଼ ଘଟଣା ପରେ ନାଥପୁର ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି। ଘର ପୋଡ଼ି ଯାଇଥିବା ପରିବାରକୁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହାସହ ଗଣ୍ଡଗୋଳରେ ସମ୍ପୃକ୍ତି ଅଭିଯୋଗରେ କିଛି ବ୍ୟକ୍ତିଙ୍କୁ ଅଟକ ରଖା ଯାଇଛି। ନାଥପୁର ଗାଁରେ ଡଗ୍ ସ୍କ୍ୱାଡ୍ ତନ୍ନତନ୍ନ ଯାଞ୍ଚ କରିଛି । ଏହି ସମୟରେ ୩୬ଟି ବୋମା ମିଳିଛି ।

ନାଥପୁର ଗାଁରେ ସିରିଜ୍ ବୋମାମାଡ଼ ପରେ ଅଗ୍ନିକାଣ୍ଡରେ ୨୦ରୁ ଅଧିକ ଘର ଜଳି ଯାଇଥିଲା । ଏହି ଘଟଣାରେ ଆହତ ୧୦ ଜଣ ରେବଣା ନୂଆଗାଁ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୁରୀ ମେଡିକାଲ ଓ ଜଣଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ଏହି ବୋମାମାଡ଼ କରାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ୩୫ ମୌଜାର ଜମିକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ୩୫ ମୌଜାର ଲୋକେ ବୈଠକ ଡାକିଥିଲେ । କିନ୍ତୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ବୈଠକକୁ ଆସି ନଥିଲେ । ଏନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଏହା ଭୟଙ୍କର ରୂପ ନେବା ସହ ନାଥପୁର ଗାଁରେ ସିରିଜ୍ ବୋମାମାଡ଼ କରିଥିଲେ ଗୋଟିଏ ପକ୍ଷ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *