ୟୁପିଏସ୍ ପରୀକ୍ଷା ପ୍ରସ୍ତୁତି ପାଇଁ ଯାଇଥିଲେ ଦିଲ୍ଲୀ : ଫେରିଲେ ଶବ ହୋଇ

ଭବାନୀପାଟଣା: ସର୍ବଭାରତୀୟସ୍ତରରେ ୟୁପିଏସ୍ ପରୀକ୍ଷା ଦେଇ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍ ଆଦି ଚାକିରି କରିବାର ଆଶା ନେଇ କଳାହାଣ୍ଡି ଜିଲ୍ଲାର ଜଣେ ଗରିବ ଛାତ୍ର ୟୁପିଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରି ପରୀକ୍ଷା ଦେବାକୁ ଦିଲ୍ଲୀ ଯାଇଥିଲେ । ସେ ଦିଲ୍ଲୀରେ ରହି ୟୁପିଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ୨୦୨୧ ୟୁପିଏସ୍ ପରୀକ୍ଷା ଦେଇଥିଲେ । କିନ୍ତୁ ହଠାତ୍ ଡେଙ୍ଗୁରେ ଆକ୍ରାନ୍ତ ହୋଇ ୬ ତାରିଖ ଦିନ ଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଦିଲ୍ଲୀସ୍ଥିତ ଓଡିଆ ମହାମଞ୍ଚ ସହାୟତାରେ ଉକ୍ତ ଯୁବକର ଶବକୁ କଳାହାଣ୍ଡି ନିଜ ଗାଁ ନର୍ଲାକୁ ପଠାଇବା ଘଟଣା ସାରା ଜିଲ୍ଲାରେ ଶୋକରଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକର ବାଗପୁର ପଞ୍ଚାୟତର କେରାଣ୍ଡିଖୁଣ୍ଟି ଗ୍ରାମର ନିଳମଣି ନାଏକଙ୍କ ପୁତ୍ର କୁରୁକ୍ଷେତ୍ର ନାଏକ (ବୟସ-୨୩) ଜଣେ ମେଧାବୀ ଛାତ୍ର ହୋଇଥିଲେ ମଧ୍ୟ ଘରର ଆର୍ôଥକ ପରିସ୍ଥିତି ଅତ୍ୟନ୍ତ ଦୟନୀୟ ଥିଲା । କିନ୍ତୁ ବାପା ନିଳନୀ ନାଏକ ଓ ମାଆ ନନ୍ଦିନୀ ନାଏକ ପୁଅ କୁରୁକ୍ଷେତ୍ରକୁ ଉଚ୍ଚଶିକ୍ଷିତ କରି ଏକ ବଡ ପଦପଦବୀରେ ଦେଖିବା ପାଇଁ ବହୁ ଆଶା କରି ଏସ୍‌ଏଜି ଗୃପ, ସ୍ଥାନୀୟ ମହାଜନ ଓ ସଂପର୍କୀୟ ମାନଙ୍କଠାରୁ ଧାର ଉଦ୍ଧାର କରି ୟୁପିଏସ୍ ପରୀକ୍ଷା ପ୍ରସ୍ତୁତି ପାଇଁ ଦିଲ୍ଲୀ ପଠାଇଥିଲେ ।

ଦିଲ୍ଲୀରେ ମିଜୋରାମ ଓ ରବି ଇନଷ୍ଟିଚ୍ୟୁଟ୍‌ରେ ୟୁପିଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଏପରିକି ସେ ୨୦୨୦ ଏବଂ ୨୦୨୧ ରେ ଦୁଇଥର ୟୁପିଏସ୍ ପରୀକ୍ଷା ଦେଇଥିଲେ । କିନ୍ତୁ ଯେକୌଣସି ମତେ ତାଙ୍କ ବାପା ମାଆର ଆଶା ଓ ସ୍ୱପ୍ନକୁ ସାକାର କରିବା ପାଇଁ ସେ ଦିଲ୍ଲୀରେ ରହି ଲଗାତାର ୟୁପିଏସ୍ ପାଇଁ ପ୍ରସ୍ତୁତି କରୁଥିଲେ । ହଠାତ୍ ତାଙ୍କୁ ଜ୍ୱର ହେବା ଯୋଗୁଁ ତାର ଓଡିଆ ସହପାଠୀମାନେ ତାଙ୍କୁ ନେଇ ଦିଲ୍ଲୀର ପ୍ରୀତିନଗର ତୁଳସୀଦାସ କର୍ଲାମାର୍ଗରେ ଥିବା କର୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ଯାଞ୍ଚ କରିବା ପରେ କୁରୁକ୍ଷେତ୍ର ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ।

ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୬ ତାରିଖ ଦିନ କୁରୁକ୍ଷେତ୍ରର ଦେହାନ୍ତ ହୋଇଯାଇଥିଲା । ତାଙ୍କ ଶବକୁ ନିଜ ଗ୍ରାମ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକର ବାଗପୁର ପଞ୍ଚାୟତର କେରାଣ୍ଡିଖୁଣ୍ଟି ପଠାଇବା ପାଇଁ ଅର୍ଥ ବାଧକ ସାଜିଥିଲା । ଶେଷରେ ତାର ଓଡିଆ ସହପାଠୀମାନେ ଦିଲ୍ଲୀର ଓଡିଆ ମହାମଞ୍ଚର ନିର୍ଦ୍ଦେଶକ ଗୋବର୍ଦ୍ଧନ ଧଳକୁ ଖବର ଦେବା ସହିତ ଘଟଣା ସଂପର୍କରେ ଜଣାଇଥିଲେ । ଶ୍ରୀ ଧଳ ତୁରନ୍ତ ଦିଲ୍ଲୀର କର୍ଲା ହସ୍ପିଟାଲକୁ ଯାଇ କୁରୁକ୍ଷେତ୍ରର ସମସ୍ତ କାଗଜପତ୍ର ସଂଗ୍ରହ କରି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ ଓ କୁରୁକ୍ଷେତ୍ରର ଶବ ନିଜ ଗ୍ରାମକୁ ପଠାଇବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ‘ମୋ ପରିବାର’ ସହାୟତା ଏବଂ ଦିଲ୍ଲୀର ଓଡିଆ ମହାମଞ୍ଚର ନିର୍ଦ୍ଦେଶକ ଗୋବର୍ଦ୍ଧନ ଧଳ ସହଯୋଗ କୁରୁକ୍ଷେତ୍ରର ଶବ ବ୍ୟବଚ୍ଛେଦ ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ୬ ତାରିଖ ଦିନ ଦିଲ୍ଲୀରୁ ତାଙ୍କ ଗ୍ରାମକୁ ପଠାଇଛନ୍ତି । କୁରୁକ୍ଷେତ୍ରର ଆଜି ତାର ନିଜ ଗ୍ରାମ କେରାଣ୍ଡିଖୁଣ୍ଟିରେ ପହଞ୍ôଚବାରୁ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *