ଜାଇଡସ୍‌କୁ ମିଳିଲା ୧ କୋଟି ଡୋଜ୍ ଅର୍ଡର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଇତିମଧ୍ୟରେ ଗୁଜରାଟସ୍ଥିତ ଜାଇଡସ୍ କାଡିଲା କମ୍ପାନୀକୁ ୧ କୋଟି କୋଭିଡ୍ ଡୋଜ୍ (ଜାଇକୋଭ୍‌-ଡି) ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋଭାକ୍ସିନ୍ ପରେ ଜାଇକୋଭ୍‌-ଡି’ ହେଉଛି ଦେଶରେ ପ୍ରସ୍ତୁତ କର।।ଉଥିବା ଦ୍ୱିତୀୟ କୋଭିଡ୍ ଟିକା । ଚଳିତବର୍ଷ ଅଗଷ୍ଟ ୨୦ରେ ଜାଇକୋଭ୍‌-ଡି’କୁ ଡିସିଜିଆଇ (ଡ୍ରଗସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ) ସ୍ୱୀକୃତି ପ୍ରଦାନ କରିସାରିଛନ୍ତି । ୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ଏହି ଟିକା ପ୍ରସ୍ତୁତ କରାଯାଉଛି । କମ୍ପାନୀ ପ୍ରଥମେ ଜାଇକୋଭ୍‌-ଡି ଟିକାର ୩ଟି ଡୋଜ୍ ପାଇଁ ୧୯୦୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରିଥିଲା । ତେବେ ଏହି ମୂଲ୍ୟ ଡୋଜ୍ ପିଛା ୩୫୮ ଟଙ୍କାକୁୁ ହ୍ରାସ କରିବାକୁ କମ୍ପାନୀ ଆପାତତଃ ସମ୍ମତି ପ୍ରଦାନ କରିଛି। ଏହା ଏକ ଛୁଞ୍ଚିବିହୀନ ପ୍ରକ୍ରିୟା ହୋଇଥିବାରୁ ଜେଟ୍ ଆପ୍ଲିକେଟର ଜରିଆରେ ଲୋକଙ୍କୁ ଏହି ଟିକା ଦିଆଯିବ । ବର୍ତ୍ତମାନ ଗୋଟିଏ ଡୋଜ୍ ଟିକାର ମୂଲ୍ୟ ୨୬୫ ଟଙ୍କା ଏବଂ ଆପ୍ଲିକେଟର ମୂଲ୍ୟ ୯୩ ଟଙ୍କା ଧାର୍ଯ୍ୟ କରାଯାଇଛି । ପ୍ରଥମ ଡୋଜ୍ ନେବା ଦିନଠାରୁ ୨୮ ଓ ୫୬ ଦିନ ବ୍ୟବଧାନରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ଡୋଜ୍ ଦିଆଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *