ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ

ନବରଙ୍ଗପୁର : ଧରାଶାୟୀ ବିରୋଧୀ, ଆହୁରି ଶକ୍ତିଶାଳୀ ହେଉଛି ବିଜେଡି । ପୂର୍ବତନ କଂଗ୍ରେସ ସାଂସଦ ଆଦି ବିଜେଡିରେ ଯୋଗ ଦେଇଛନ୍ତି । ଏକ ବିରାଟ ରାଲିରେ ସମର୍ଥକଙ୍କ ସହ ଆସିବା ସହ ବିଜେଡିରେ ମିଶିଛନ୍ତି ପ୍ରଦୀପ ମାଝୀ । ନବରଙ୍ଗପୁର ଚାଉଁରିଆଗୁଡ଼ାରେ ଆୟୋଜିତ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଶଙ୍ଖ ଧରିଛନ୍ତି ପ୍ରଦୀପ । ୧୦ ହଜାର ସମର୍ଥକଙ୍କୁ ଧରି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ପ୍ରଦୀପ ମାଝି ମିଶିଛନ୍ତି । ଗତ ୨୨ ତାରିଖରେ ପ୍ରଦୀପ କଂଗ୍ରେସ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଇ ଦଳରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ହାଇକମାଣ୍ଡ, ପ୍ରଭାରୀ ଓ ପିସିସି ସଭାପତିଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରି ପତ୍ର ପଠାଇଥିଲେ । ଦଳରେ ଲୋକ ସେବାର ସୁଯୋଗ ନଥିବାରୁ ଦୁଃଖରେ ଦଳ ଛାଡ଼ୁଥିବା ଲେଖିଥିଲେ ପ୍ରଦୀପ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *