ତାମିଲନାଡୁରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଦେବଗଡ: ପରିବାରର ପ୍ରତିପୋଷଣ ପାଇଁ ଦେବଗଡ ଜିଲ୍ଲାରୁ ତାମିଲନାଡୁକୁ କାମ କରି ଯାଇଥିବା ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଥାନାର ଦ୍ୱାରସ୍ଥ ସ୍ତ୍ରୀ ଓ ପରିବାର । ରିଆମାଳ ଥାନା ଅନ୍ତର୍ଗତ ବାଲିଜୋରୀ ଗ୍ରାମର ସ୍ୱର୍ଗତ ଅଇଁଠୁ ପ୍ରଧାନଙ୍କ ପୁଅ ଭୀମସେନ ପ୍ରଧାନ (୩୦) ଆଜକୁ ୩ ବର୍ଷ ହେବ ତାମିଲନାଡୁରେ ଦାଦନ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ । ତାମିଲନାଡୁର ତିରିପୁର ଜିଲ୍ଲା ଆଲାମ୍ ପୋଲିୟମ ସଲଫେଟ ଛକ ଆର୍ଲା ଡେମରା ଡାଇଙ୍ଗ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଶୁକ୍ରବାର ତାର ଶବ କମ୍ପାନୀର ଏକ ଟାଙ୍କିରେ ଭାସୁଥିଲା । ଖବର ପାଇ ସେଠିକାର ପୁଲିସ ପହଞ୍ôଚ ଶବ ଜବତ କରିଥିଲା । ଏ ବାବଦରେ ତା ସହ ରହୁଥିବା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଜଣେ ଯୁବକ ପରିବାରକୁ ଫୋନ କରି ଜଣାଇବା ସହ ଫଟୋ ପଠାଇଥିଲା ।

ତେବେ ଭୀମସେନ ଦେହରେ ଅନେକ କ୍ଷତ ବିକ୍ଷତ ସ୍ପଷ୍ଟ ଦେଖାଯାଉଛି। ଗତକାଲି ଦୀପାବଳି ଉପଲକ୍ଷେ କମ୍ପାନୀ ଛୁଟି ଥିବା କଥା ଭୀମସେନ ପରିବାର ସହ ଫୋନ କଥା ହେବା ବେଳେ କହିଥିଲା । ଅପରାହ୍ନ ୩ ଟା ଯାଏଁ ତାର ମା’ ସହ କଥା ହୋଇଥିଲା । ମାତ୍ର ଶୁକ୍ରବାର ମଧ୍ୟାହ୍ନ ୧ ଟା ବେଳେ ଫୋନ କରିବାରୁ ତାର ଫୋନ ସୁଇଚ ଅଫ ଥିଲା । ଫଳରେ ପରିବାର ଲୋକ ସନ୍ଦେହ କରିଛନ୍ତି । ଏବାବଦରେ ଭୀମସେନ ସ୍ତ୍ରୀ ଗୌରୀ ପ୍ରଧାନ ରିଆମାଳ ଥାନାରେ ଦ୍ୱାରସ୍ଥ ହୋଇ ଏହାର ତଦନ୍ତ ପାଇଁ ଲିଖିତ ଜଣାଇଛନ୍ତି । ଭୀମସେନଙ୍କ ସ୍ତ୍ରୀ ଓ ୪ ବର୍ଷର ଶିଶୁ କନ୍ୟା ଅଛି । ଗତ ୩ ବର୍ଷ ହେବ ଭୀମସେନ କମ୍ପାନୀରେ କାମ କରି ଟଙ୍କା ପଠାଉ ଥିଲ । ତେବେ ସେ ଯାହା ହେଉନା କାହିଁକି ବର୍ତମାନ ଭୀମସେନଙ୍କ ଶବ କିଭଳି ନିଜ ଗ୍ରାମ ବାଲିଜୋରୀକୁ ଅଣାଯିବ ସେ ନେଇ ଏବେ ପରିବାର ଚିନ୍ତାରେ ଥିବା ବେଳେ ଆଜି ଦେବଗଡ଼ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ । ଏନେଇ ଜିଲ୍ଲା ପ୍ରଶାସନ ଏହି ପରିବାର ପ୍ରତି ଦୃଷ୍ଟି ଦେଇ ଭୀମସେନର ଶବ ଆଣିବା ବ୍ୟବସ୍ଥା କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *