ବାଣ ବିସ୍ପୋରଣରେ ବାପ-ପୁଅ ମୃତ

ପୁଡ଼ୁଚେରୀ : ବାଣ ବିସ୍ପୋରଣରେ ବାପ-ପୁଅ ମୃତସୋସିଆଲ ମିଡିଆରେ ଭାଇରାଲ ହେଉଛି ସିସିଟିଭି ଭିଡିଓ । ବାଣ ବିସ୍ପୋରଣରେ ଉଭୟ ବାପ ପୁଅଙ୍କ ମୃତ୍ୟୁ ଘଟିଛି । କଲୈନେଶନ ନାମକ ଜଣେ ବ୍ୟକ୍ତି ନିଜ ପୁଅ ସହ ବାଇକରେ ଯାଉଥିଲେ । ହଠାତ୍ ଏକ ବିସ୍ପୋରଣ ହୋଇ ସେଠାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ପୁଡ଼ୁଚେରୀର ବିଲ୍ଲୁପୁରମ୍ ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏ ଛାତି ଧରା ଦୃଶ୍ୟ ଦେଖି ଗ୍ରାମବାସୀ ସ୍ତବ୍ଧ ହୋଇଯାଇଥିଲେ । ବାପ, ପୁଅ ଉଭୟେ ବାଣ ନେଇ ଗାଡ଼ିରେ ଫେରୁଥିବା ସମୟରେ ହଠାତ୍ ରାସ୍ତାରେ ଏକ ବିସ୍ପୋରଣ ଘଟିଥିଲା ।

ବିସ୍ପୋରଣରେ ଉଭୟ ବାପ, ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିଲେ । ଏହି ବିସ୍ପୋରଣର ଶବ୍ଦ ଗୋଟେ କିଲୋମିଟର ଯାଏ ଶୁଣାଯାଉଥିଲା ବେଳେ ବିସ୍ପୋରଣର ଶବ୍ଦ ଶୁଣି ଲୋକଙ୍କ ଭିଡ଼ ଦେଖାଦେଇଥିଲା । ପଣ୍ଡିଚେରୀ କକନଥପୁର ବାସିନ୍ଦା କଲୈନେଶନ ନିଜ ପୁଅ ପ୍ରଦୀପ ସହ ବାଇକ ଯୋଗେ ବାଣ ନେଇ ଯାଉଥିଲେ । ଏହି ସମୟରେ ଜୋରରେ ବିସ୍ପୋରଣ ହୋଇଥିଲା ଯେଉଁଥିରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାଟି ବିଲ୍ଲୁପୁରମ ଜିଲ୍ଲା କୁନିମେଦୁ ଗ୍ରାମର । ଘଟଣାଟିର ସିସିଟିଭି ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଲ୍ଲୁପୁରମ୍ ଜିଲ୍ଲାର ଡିଆଇଜି ପାଣ୍ଡିଆନ ଘଟଣାସ୍ଥଳରେ ପହଁଚି ଘଟଣାର ଯାଞ୍ଚ କରିବା ସହ ମାମଲାର ତଦନ୍ତ ଆରମ୍ଭ କରି ଆଗକୁ ଯାଞ୍ଚ କରାଯିବ ବୋଲି କହିଥିଲେ । ବିସ୍ପୋରଣରେ ଆହତ ଥିବା ତିନି ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନା ପଠାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *