ବିଜେପି ଛାଡିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ

କେନ୍ଦୁଝର: ତେଲକୋଇ ନିର୍ବାଚନ ମଣ୍ଡଳୀରେ ଭାଙ୍ଗୁଛି ବିଜେପିର ବଳ । ବିଜେପି ଛାଡିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ । ଦଳୀୟ ସମସ୍ୟା ଓ ବାଛ ବିଚାର ନୀତି ଯୋଗୁଁ ସେ ଦଳ ଛାଡ଼ିଥିବା କହିଛନ୍ତି । ଧନୁର୍ଜୟଙ୍କ ତେଲକୋଇ ନିର୍ବାଚନ ମଣ୍ଡଳୀର ବିସ୍ତାରକ ହିମାଦ୍ରୀ ଦାସ ଓ ଭଟଲୀ ନିର୍ବାଚନ ମଣ୍ଡଳୀର ବିସ୍ତାରକ ଗଣେଶ ମହାକୁଡଙ୍କ ସମେତ ବୁଥସ୍ତରୀୟ ସଂଗଠକ ଏବଂ ୩ ହଜାରରୁ ଅଧିକ ସମର୍ଥକ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ତେବେ ଭବିଷ୍ୟତ କାର୍ଯ୍ୟପନ୍ଥା ନିଷ୍ପତ୍ତି ନିଜ କର୍ମୀଙ୍କୁ ଉପରେ ଛାଡିଥିବା କହିଛନ୍ତି ଧନୁର୍ଜୟ ।

ଆଗାମୀ ଦିନରେ ଏଠାରେ ବିଜେପିର ସ୍ଥିତି ଆହୁରି ଦୟନୀୟ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ୨୦୧୪ ସାଧାରଣ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଧନୁର୍ଜୟ ସିଦ୍ଧୁ । ଦଳର ରାଜ୍ୟ ନେତୃତ୍ୟଙ୍କ ବାଛ ବିଚାର ଏବଂ ସାଂଗଠନିକ କାର୍ଯ୍ୟରେ ଦୁର୍ବଳ ପରିଲିଖିତ କରି ସେ ଇସ୍ତଫା ପ୍ରଦାନ କରିଥିବା କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *