ବସ-କଣ୍ଟେନର ଦୁର୍ଘଟଣା, ୩ ଜୀବନ୍ତ ଦଗ୍ଧ

ଗୁନା : ଗୁନାଠାରେ ରାସ୍ତା ପାର୍ଶ୍ୱରେ ପାର୍କିଂ ହୋଇଥିବା ଏକ କଣ୍ଟେନର ସହିତ ଏକ ମିନି ବସ୍ ଧକ୍କା ହେବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ବସରେ ନିଆଁ ଲାଗିଯିବା ଫଳରେ ଭାଇ-ଭଉଣୀଙ୍କ ସମେତ ୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହାସହ ଅନ୍ୟ ୪ ଜଣ ଆହତ ମଧ୍ୟ ହୋଇଛନ୍ତି । ଘଟଣା ଘଟିବା ମାତ୍ରେ ସଭିଁଙ୍କୁ ଉଦ୍ଧାର କରାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ୩ ଜଣଙ୍କୁ ଉଦ୍ଧାର କରାଯାଇପାରି ନଥିଲା । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଇନ୍ଦୋରରୁ ମଥୁରା ଦର୍ଶନ ପାଇଁ ୨୮ ଜଣ ଲୋକ ମିନି ବସ୍‌ରେ ଥିଲେ । ଏହି ସମୟରେ, ଚାଚୋଡାର ବାରଖଡା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ବସ୍‌ରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ମାତ୍ରେ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା । ଏଥିରେ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ୧୩ ବର୍ଷର ବାଳିକା ମଧ୍ୟ ଥିଲେ । ପ୍ରଶାସନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ସହ ତଦନ୍ତ ଆରମ୍ଭ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *