ଟିକଟ ନ ମିଳିବାରୁ ଇସ୍ତଫା ଦେଲେ ଟିଏମ୍‌ସି ବିଧାୟିକା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିଚାଲିଛି । ଟିଏମ୍‌ସି ବିଧାୟିକା ଦେବଶ୍ରୀ ରାୟଙ୍କୁ ଚଳିତଥର ଟିକେଟ ନ ମିଳିବାରୁ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି । ଗତ କିଛିଦିନ ହେବ ଟିଏମ୍‌ସିର ଅନେକ ସାଂସଦ ଏବଂ ବିଧାୟକମାନେ ଦଳରୁ ଇସ୍ତଫା ଦେଇଆସିଥିବାବେଳେ ଏହି ଧାରା ଜାରି ରହିଛି । ଗତ ଡିସେମ୍ବରରେ ମମତାଙ୍କ ଘନିଷ୍ଠ ତଥା ଟିଏମ୍‌ସିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ।

ଏହା ପରେ ପରେ ଦଳର ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ରେଳ ମନ୍ତ୍ରୀ ଦିନେଶ ତ୍ରିବେଦୀ ଦଳରୁ ଇସ୍ତଫା ଦେଇଥିଲେ । ରାଜ୍ୟରେ ହିଂସାର ବାତାବରଣ ସୃଷ୍ଟି ହୋଇଛି, ଯେଉଁଥିରୁ ସେ ଅଣନିଃଶ୍ୱାସୀ ହୋଇପଡ଼ିଛନ୍ତି । ବୋଲି ଦିନେଶ କହିଥିଲେ । ଦିନେଶ ବି ପରେ ବିଜେପିରେ ସାମିଲ ହେବା ସହିତ ଏହାକୁ ଜନତାଙ୍କ ପରିବାର ପାର୍ଟି ବୋଲି କହିଥିଲେ । ବିଜେପିରେ ପାର୍ଟି ସେବା ନୁହେଁ, ଜନତାଙ୍କ ସେବା ପାଇଁ କାମ କରାଯାଏ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *