କଳିଙ୍ଗନଗରରେ ମାଆ ସହ ନାବାଳକ ପୁଅକୁ ଜଘନ୍ୟ ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । କଳିଙ୍ଗନଗର ଅଞ୍ଚଳରେ ଡବଲ ମର୍ଡର । ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗନଗରର କେ୪ ଅଞ୍ଚଳର ଏକ ଘରୁ ମାଆ ସହ ୧୦ ବର୍ଷର ପୁଅର ମୃତଦେହ ମିଳିଛି । ଘଟଣାସ୍ଥଳରେ ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ମଧ୍ୟ ସ୍ପଷ୍ଟରେ ପହଞ୍ଚିଛନ୍ତି । ଘରକୁ ଲକ୍ କରି ପୋଲିସ ତଦନ୍ତ କରୁଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ମହିଳାଙ୍କ ସ୍ୱାମୀ ହିଁ ହତ୍ୟା କରିଛି । ପୁଅ ଓ ସ୍ତ୍ରୀକୁ ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀ ଭଣଜାକୁ ମୋବାଇଲରେ ହତ୍ୟା କରିଥିବା ନେଇ ମେସେଜ୍ ପଠାଇଥିବା ଜଣାପଡ଼ିଛି । ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଅଟକ ରଖିଥିବା ଡିସିପି ସୂଚନା ଦେଇଛନ୍ତି । ଗତ ୫ ମାସ ହେଲା ପରିବାର କଳିଙ୍ଗନଗରରେ ଭଡ଼ାରେ ରହୁଥିଲେ । ପଡ଼ୋଶୀଙ୍କ ସୂଚନା ଅନୁସାରେ, ଅନେକ ସମୟରେ ମହିଳା ସ୍ୱାମୀ ମଦ ପିଇ ମାରପିଟ୍ କରିଥାନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *