ପୁନଃ ଟିକା ନେବାକୁ ଅନୁମତି ଦେଇ ଆମେ ଲୋକଙ୍କ ଜୀବନ ସହ ଖେଳିପାରିବୁ ନାହିଁ : ସୁପ୍ରିମୋକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କୋଭିଡର ରି-ଭ୍ୟାକସିନଏସନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । କୋର୍ଟଙ୍କ ଅନୁଯାୟୀ ଭାରତ ବାଇଓଟେକ ଦ୍ୱାରା ପ୍ରସ୍ତୁତ ଟିକା ଗୁଡିକର ମିଶ୍ରିତ ପ୍ରୟୋଗ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେବ ନାହିଁ । ଯେଉଁମାନେ ପୂର୍ବରୁ କୋଭ୍ୟାକସିନର ଦୁଇଟି ଡୋଜ ନେଇଛନ୍ତି ସେମାନଙ୍କୁ ପୁନଃ କୋଭିସିଲଡ଼ ନେବା ନେଇ କେନ୍ଦ୍ର ସରକାରଙ୍କୁ ଅନୁମତି ଦେବ ନାହିଁ । ଉଚ୍ଚତମ ନ୍ୟାୟାଳୟ ତରଫରୁ ଏହା ମଧ୍ୟ କୁହାଯାଇଛିକି ରି-ଭ୍ୟାକସିନଏସନ ନେଇ “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ”ର ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ରି-ଭ୍ୟାକସିନଏସନକୁ ନେଇ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସମୟରେ ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଯେଉଁମାନେ କୋଭାକସିନର ଦୁଇଟି ଡୋଜ ନେଇସାରିଛନ୍ତି ଆଉ ପୁଣି ଥରେ କୋଭିସିଲ୍‌ଡ ଟିକା ନେବାକୁ ଚାହୁଁଛନ୍ତି ସେମାନଙ୍କୁ ଅନୁମତି ଦେବାକୁ ଏକ ପିଟିସନ ଦାୟର ହୋଇଥିଲା । ଡ଼ିୱାଇ ଚନ୍ଦ୍ରଚୂଡ଼ ଓ ବିଭି ନାଗାରତନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ହିଁ ଏହି ରାୟ ଦେଇଛନ୍ତି ।

କୋଭିଡ -୧୯ ପାଇଁ ମିଶ୍ରିତ ଭ୍ୟାକସିନ ନେବା ନେଇ ଅନୁମତି ଦେଇ କୋର୍ଟ ସାଧାରଣ ଲୋକଙ୍କ ଜୀବନ ସହ କେବେବି ଖେଳିପାରିବେ ନାହିଁ । ଆଉ କହିଛନ୍ତିକି ମିଶ୍ରିତ ଭ୍ୟାକ୍ସିନ ନେଲେ ମଣିଷ ଶରୀର ଉପରେ କଣ ପ୍ରଭାବ ପକାଇବ ସେନେଇ କୌଣସି ତଥ୍ୟ ପ୍ରକାଶ ପାଇନାହିଁ । ମିଳିଥିବା ରିପୋର୍ଟ ଅନୁଯାୟୀ, କାର୍ତିକ ସେଠ୍ ନାମକ ଜଣେ ଓକିଲ ହିଁ ମିଶ୍ରିତ ଭ୍ୟାକସିନ ନେବାକୁ ଅନୁମତି ଦେବାକୁ ନେଇ ଏକ ପିଟିସନ ଦାୟର କରିଥିଲେ ।

କାରଣ ବହୁ ସଂଖ୍ୟକ ଛାତ୍ର ତଥା ସାଧାରଣ ବ୍ୟକ୍ତି ବିଦେଶ ଯିବାକୁ ଚାହୁଁଥିଲେ ମଧ୍ୟ ସେହି ଦେଶ ମାନଙ୍କରେ ଲାଗୁ ହୋଇଥିବା ନିୟମ ଯୋଗୁଁ ସେମାନଙ୍କୁ ଅନୁମତି ମିଳିପାରୁ ନାହିଁ । ଗତ ମଙ୍ଗଳବାର ସଂଯୁକ୍ତ ରାଷ୍ଟ୍ର ସ୍ୱାସ୍ଥ୍ୟ ସଂଗଠନ ତରଫରୁ କୋଭାକସିନକୁ ଡବ୍ଲ୍ୟୁଏଚଓର ମୋହର ବାଜିବାକୁ କେନ୍ଦ୍ର କରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ହାଇଦ୍ରାବାଦ ସ୍ଥିତ ଭାରତ ବାଓଟେକକୁ ଅଧିକ ଡାଟା ହାସଲ କରି ଆସନ୍ତା ନଭେମ୍ବର ୩ ତାରିଖରେ ଦେଖାକରିବାକୁ ନିର୍ଦ୍ଦେଶ ଦିଯାଇଥିଲା । ଅନ୍ୟପକ୍ଷରେ ଚଳିତ ବର୍ଷ ଏପ୍ରିଲ ମାସରେ ଅନୁମତି ମିଳିବା ନେଇ ଡବ୍ଲ୍ୟୁଏଚଓ ନିକଟରେ ଅପିଲ କରିଥିଲା ଭାରତ ବାଇଓଟେକ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *