ରାଜନୀତି ପାଇଁ ମନଗଢ଼ା କାହାଣୀ ଗଢ଼ୁଛନ୍ତି ନିର୍ଦ୍ଦିଷ୍ଟ ମିଡ଼ିଆ : ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର: ମହାଲିଙ୍ଗ ମମିତା ମେହେର ହତ୍ୟା ମାମଲାରେ ବିବୃତ୍ତି ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମମିତାଙ୍କ ମୃତ୍ୟୁରେ ଗଭୀର ଭାବେ ଦୁଃଖିତ ଓ ମର୍ମାହତ ହୋଇଥିବା କହିଛନ୍ତି ମନ୍ତ୍ରୀ । ପରିବାର କିଭଳି ଯନ୍ତ୍ରଣାରେ ଅଛି ମୁଁ ବୁଝିପାରୁଛି । ଆଇନ୍ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

ତିନିଟି ନିର୍ଦ୍ଦିୃଷ୍ଟ ଗଣମାଧ୍ୟମ ମୋର ଚରିତ୍ର ସଂହାର କରିଛନ୍ତି । ସେମାନଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛି । ରାଜନୀତି ପାଇଁ ମନଗଢ଼ା କାହାଣୀ ଦେଖାଇଛନ୍ତି । ବଦନାମ୍‌ କରିବାକୁ ଅଭିଯାନ ଚଳାଇଛନ୍ତି । ମୁଁ ବିଧାୟକ ଭାବେ ଶିକ୍ଷାନୁଷ୍ଠାନକୁ ଯାଏ । ପରେ ଅପରାଧ ଘଟିଲେ ମୁଁ କେମିତି ଦାୟୀ ?

ପ୍ରମାଣ ଥିଲେ କୋର୍ଟ କି ଥାନାରେ ଦାଖଲ କରନ୍ତୁ । ନିର୍ଦ୍ଦିଷ୍ଟ ମିଡିଆକୁ ମନ୍ତ୍ରୀ ଚ୍ୟାଲେଞ୍ଜ ଦେଇଛନ୍ତି । ଅପରାଧକୁ ବ୍ୟକ୍ତିଗତ ଏଜେଣ୍ଡା ନକରି ନୈତିକତାର ସାମ୍ବାଦିକତା କରିବାକୁ ଅନୁରୋଧ କରିଛନ୍ତି ଦିବ୍ୟଶଙ୍କର । ଲୋକଙ୍କ ସେବା ପାଇଁ ରାଜନୀତିରେ ଯୋଗ ଦେଇଛି । କଳାହାଣ୍ଡିବାସୀଙ୍କର ମୋ ଉପରେ ଗଭୀର ବିଶ୍ୱାସ ରହିଛି । ଅପରାଧ ସହିତ କୌଣସି ସମ୍ପର୍କ ନଥିବା କହିଛନ୍ତି ମନ୍ତ୍ରୀ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *