୫୦ଲକ୍ଷ ବ୍ୟୟରେ ରାଜ୍ୟର ପ୍ରତି ବ୍ଲକ୍‌ରେ ଖୋଲିବ ମିଶନ ଶକ୍ତି କାର୍ଯ୍ୟାଳୟ

ଭୁବନେଶ୍ୱର  : ରାଜ୍ୟର ପ୍ରତି ବ୍ଲକରେ ଖୋଲିବ ମିଶନ ଶକ୍ତି କାର୍ଯ୍ୟାଳୟ । ପ୍ରତି ବ୍ଲକରେ ମିଶନ ଶକ୍ତି ଗୃହ କାର୍ଯ୍ୟାଳୟ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ଏହାର ଅଟକଳ ମୂଲ୍ୟ ୫୦ଲକ୍ଷ ଟଙ୍କା ରହିଛି ବୋଲି ବିଧାନସଭାରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।  ବିଧାନସଭାରେ ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ମିଶନ ଶକ୍ତି ଜରିଆରେ ରାଜ୍ୟର ମହିଳା ମାନଙ୍କ ବିକାଶ ଓ ସେମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ସ୍ଵତନ୍ତ୍ର ଯୋଜନା କରିଛନ୍ତି ରାଜ୍ୟ ସରକାର । ମିଶନ ଶକ୍ତି ଜରିଆରେ ରାଜ୍ୟରେ ୬ ଲକ୍ଷ ୨ହଜାର ୧୩ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ୭୦ ଲକ୍ଷ ୧୦ ଜଣ ମହିଳାଙ୍କୁ ସମ୍ପୃକ୍ତି କରିଛନ୍ତି। ପ୍ରତି ବ୍ଲକରେ ମିଶନ ଶକ୍ତି କାର୍ଯ୍ୟାଳୟ ଖୋଲିଲେ ମହିଳାମାନେ ଉପକୃତ ହେବେ ।

ମନ୍ତ୍ରୀ ଟୁକୁନି ସାହୁ ଆହୁରି ମଧ୍ୟ କହିଛନ୍ତି ଯେ,  ରାଜ୍ୟ ସରକାର ବିଶେଷ କରି ମହିଳାଙ୍କ ଅର୍ଥନୈତିକ ବିକାଶ ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ଆର୍ଥିକ ସହାୟତା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ପ୍ରଦାନ କରୁଛନ୍ତି ରାଜ୍ୟ ସରକାର । ସିଡ୍ ମନି ନିମନ୍ତେ ଗୋଷ୍ଠୀ ମାନଙ୍କୁ ୧୫ ହଜାର ଓ ଡିଜିଟାଲ ଶସକ୍ତିକରଣ ପାଇଁ ୩ ହଜାର ଟଙ୍କା ଦିଆଯାଇଛି । ସେହିପରି ୩୩୮ ଗୋଟି ମହସଂଘଙ୍କୁ ୨୫ ଲକ୍ଷ ଟଙ୍କା ଦିଆଯାଇଛି ।

ସେହିପରି ମନ୍ତ୍ରୀ କହିଛନ୍ତି ଏହାସହ ମିଶନ ଶକ୍ତିରେ ଋଣ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ ୨ଲକ୍ଷ ୨୪ହଜାର ୬୨୮ ସ୍ଵୟଂ ସହାୟକ ଗୋଷ୍ଠୀକୁ ୩ ହଜାର ୭୦୦ ୮୯ କୋଟି ୯୦ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି । ଏହାସହ ମହିଳାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମ କରାଯାଉଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *