ବ୍ଲେଡରେ ସ୍ତ୍ରୀର ନାକ କାଟିଲା ସ୍ୱାମୀ,ଶେଷରେ….

ଭୋପାଳ : ମଧ୍ୟ ପ୍ରଦେଶର ଶିବପୁରୀ ଜିଲ୍ଲାରେ ଏକ ଚକିତ କଲା ଭଳି ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ସ୍ୱାମୀ ରାଗରେ ନିଜ ସ୍ତ୍ରୀର ନାକ କାଟିଦେଇଛି । ଏଠାରେ ଜଣେ ଯୁବକ ରାମ ପ୍ରବେଶ ନିଜ ପତ୍ନୀଙ୍କ ନାକ କାଟି ଦେଇଛନ୍ତି । ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ତାଙ୍କର ଚିକିତ୍ସା କରାଯାଉଛି । ସୂଚନା ଅନୁଯାୟୀ, ଅନେକ ସମୟରୁ ସେମାନଙ୍କ ମଧ୍ୟରେ ବିବାଦ ରହିଥିଲା । ମହିଳାଙ୍କ ସ୍ୱାମୀ ମଦ ପିଇ ତାଙ୍କୁ ମାରପିଟ୍ କରୁଥିଲା । ଫଳରେ ସେ ତାଙ୍କ ବାପ ଘରେ ରହୁଥିଲେ, ଦୁଇ ଦିନ ତଳେ ଶାଶୂଘରକୁ ଫେରିଥିଲେ । ତାଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି । ପୀଡ଼ିତା ପତ୍ନୀଙ୍କର କହିବା ଅନୁଯାୟୀ ଶ୍ୱଶୁର ତାଙ୍କୁ ଧରିଥିଲେ ଏବଂ ଶାଶୂ ବ୍ଲେଡ ଆଣି ଦେଇଥିଲେ ଏବଂ ତାଙ୍କ ସ୍ୱାମୀ ତାଙ୍କ ନାକ କାଟିଥିଲେ । ତେବେ ଏହାପରେ ସେ ଫେରାର ହୋଇଯାଇଛନ୍ତି । ଶିବପୁରୀ ଏସପି ରାଜେଶ ସିଂହ ଚନ୍ଦେଲ କହିଛନ୍ତି ବାମୋର କଙ୍ଗଲା ଥାନାରେ ଏକ ମାମଲା ରୁଜୁ ହୋଇଛି । ଯେଉଁଠାରେ ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ନାକ କାଟିଥିଲେ ଏବଂ ଶ୍ୱଶୁର ଘର ଲୋକ ଏଥିରେ ତାଙ୍କୁ ସହାୟତା କରିଥିଲେ । ଅଭିଯୋଗ ଆଧାରେ ପୋଲିସ ତଦନ୍ତ କରୁଛି ଏବଂ ଅଭିଯୁକ୍ତକୁ ଖୋଜାଚାଲିଥିବା ନେଇ କହିଛନ୍ତି ଏସପି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *