କରୱା ଚୌଥ ପୂର୍ବରୁ ମିଳିଲା ଦମ୍ପତିଙ୍କ ମୃତଦେହ

ନୂଆଦିଲ୍ଲୀ : ପୂର୍ବ ଦିଲ୍ଲୀର ନ୍ୟୁ ଅଶୋକ ନଗର ଅଞ୍ଚଳରେ କରୱା ଚୌଥର ଦିନକ ପୂର୍ବରୁ ଏକ ଦମ୍ପତିଙ୍କ ମୃତଦେହ ମିଳିଛି । ପାରିପାର୍ଶ୍ୱିକ ସ୍ଥିତି ସନ୍ଦେହଜନକ ରହିଛି । ପୋଲିସ୍‌ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ତଦନ୍ତ ଅରମ୍ଭ କରିଛି ।

ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶନିବାର ନ୍ୟୁ ଅଶୋକ ନଗର ପୋଲିସ୍‌ ଷ୍ଟେସନର ଏକ ପିସିଆର୍‌କୁ ଫୋନ୍‌ ଆସିଥିଲା । ଯେଉଁଥିରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ବେକରେ ଫାଶୀ ଲଗାଇ ଝୁଲିପଡ଼ିଥିବା ସୂଚନା ଦିଆଯିବ ସହ ଘର ଭିତରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଜଣା ଯାଇଥିଲା।

ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ମୃତ ବ୍ଯକ୍ତିଙ୍କ ନାମ ଧର୍ମେନ୍ଦ୍ର ହୋଇଥିବା ବେଳେ ସେ ଅଶୋକ ନଗର ବି ବ୍ଲକ୍‌ରେ ରହୁଥିଲେ । ଘର ପଙ୍ଖାରେ ସେ ଝୁଲି ପଡ଼ିଥିବା ବେଳେ ତାଙ୍କ ସ୍ତ୍ରୀ ସୋନିଙ୍କ ମୃତ ଦେହ ତଳେ ପଡ଼ିଥିଲା । ତେବେ ଏହି ଘଟଣାରେ ପୋଲିସ୍‌ ଧାରା ୩୦୨ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼଼ିଛି । ପତ୍ନୀକୁ ହତ୍ୟା କରି ଧର୍ମେନ୍ଦ୍ର ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ୍‌ ସନ୍ଦେହ କରୁଛି ।

 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *