ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଜାକୋର୍ଟ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅର୍ନ୍ତଗତ ସଜନାଗଡ଼ ପଞ୍ଚାୟତର ପାଣବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏପରିକି ଯୁବତୀକୁ ଅସଦାଚରଣ କରିଥିବା ଯୁବକକୁ ୨୫ହଜାର ଟଙ୍କା ଜରିମାନା ଆଦାୟ କରାଯିବା ସହ ଗ୍ରାମରୁ ବିଦା କରାଯାଇଛି । ଅନ୍ୟ ରାଜ୍ୟରୁ ଆସି ପାଣବନ୍ଧ ଗ୍ରାମରେ ଜନୈକ ବ୍ୟକ୍ତି ଘରେ ଘରଭଡ଼ା ନେଇ ରହୁଥିବା ପାଇପ ସଂଯୋଗୀକରଣ ଶ୍ରମିକ ଜଣକ ରହି ଆସୁଥିଲେ । ଶନିବାର ସନ୍ଧ୍ୟାରେ ଉକ୍ତ ଗ୍ରାମରେ ଜନୈକ ଠିକାଦାର କର୍ମଚାରୀ ସେହି ଅଞ୍ଚଳରେ କିଛି ନାବାଳିକା ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଯୁବକଙ୍କ ଏହି କାର୍ଯ୍ୟକଳାପକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମ ଲୋକେ ଏକ ହୋଇ ପ୍ରଜାକୋର୍ଟରେ ମେଗା ପାଇପ ପ୍ରକଳ୍ପ ସଂଯୋଗୀକରଣ ଠିକା ସଂସ୍ଥା ଜୁବେର କମ୍ପାନୀ ପାଖରେ କାର୍ଯ୍ୟକରୁଥିବା ସବ୍ ଠିକାଦାର ପାରମର ନାମକ ଠିକାଦାର ଅଧିନରେ ରାଜସ୍ଥାନରୁ ଆସିଥିବା ଗୋପୀ ନାମକ ଯୁବକକୁ ବାନ୍ଧି ଆକ୍ରମଣ କରିବା ସହ ୨୫ହଜାର ଟଙ୍କା ଜରିମାନା ଓ ଗ୍ରାମ ଛାଡ଼ିବାକୁ ସଜା ଶୁଣାଇଲା ପ୍ରଜାକୋର୍ଟ । ପରେ ଘଟଣାକୁ ଚପାଇଦେବାକୁ ଆରମ୍ଭ ହୋଇଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର । ଥାନାରେ ଅଭିଯୋଗ ହେବା ପରିବର୍ତ୍ତେ ଅର୍ଥ ଲାଳସାରେ ଘଟଣାର ସମାଧାନ ହୋଇଥିବା ଅଭିଯୋଗ ଉଠିଛି । ପ୍ରଶ୍ନ ଉଠୁଛି ଯୁବତୀଙ୍କୁ ର୍ଦୁବ୍ୟବହାର କରିବା ଏକ ନିନ୍ଦନୀୟ ଘଟଣା । କିନ୍ତୁ ଥାନାରେ ଅଭିଯୋଗ ନ କରି ଜଣେ ଯୁବକକୁ ଆକ୍ରମଣ କରିବା ଘଟଣା ସାଧାରଣରେ ଆଲୋଚନା ହୋଇଛି । ନୀଳଗିରି ପୋଲିସ ଖବର ପାଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *