ଫିଲ୍ମରେ କାମ ଦେବା ବାହାନାରେ ମଡେଲଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ, ଶେଷରେ….

ନୂଆଦିଲ୍ଲୀ : ଫିଲ୍ମରେ କାମ ଦେବା ବାହାନାରେ ମଡେଲଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଜଣେ ମଡେଲଙ୍କୁ ୱେବ ସିରିଜ୍ କାମ ଦେବାକୁ କହି ଅଶ୍ଲୀଳ ଭିଡିଓ କରି ଭାଇରାଲ କରିବା ମାମଲା ସାମ୍ନାକୁ ଆସିଛି । ମଡେଲ ଜଣକ ଏହି ମାମଲାରେ ଦୁଇ ମହିଳାଙ୍କ ସହ ୬ ଜଣଙ୍କ ବିରୋଧରେ ବିଭୂତିଖଣ୍ଡ ଥାନାରେ ମାମଲା ରୁଜୁ କରିଛନ୍ତି । ପୋଲିସ ମଡେଲଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମଡେଲିଂ କରୁଥିବା ଏହି ଯୁବତୀଙ୍କ ଜଣକ ମାଡି଼ଆଭାନ ଅଞ୍ଚଳର । ସେ ଅଭିଯୋଗ କରିଛନ୍ତି ଯେ, ବୈଷ୍ଣବୀ ଫିଲ୍ମ ପ୍ରଡକ୍ସନର ଦୀୟା ବର୍ମା ତାଙ୍କୁ ଫିଲ୍ମରେ କାମ ଦେବାକୁ କହିଥିଲେ । ସେ ତାଙ୍କୁ ବିଭୂତିଖଣ୍ଡ ସ୍ଥିତ ଗେଷ୍ଟ ହାଉସକୁ ଡାକିଥିଲେ । ଯେଉଁଠାରେ ତାଙ୍କ ସହ ପ୍ରିୟା ମିଶ୍ରା, ଅନୁପ ଓଝା, ବରୁଣ ତିୱାରୀ, ଆୟୁଷ ମିଶ୍ରା ଏବଂ ସନ୍ଦୀପ ବିଶ୍ୱକର୍ମା ମଧ୍ୟ ଉପସ୍ଥିତ ଥିଲେ । ପୀଡ଼ିତା ଅଭିଯୋଗ କରିଛନ୍ତି ସେମାନେ ତାଙ୍କୁ ଏକ ଡ୍ରେସ ପିନ୍ଧିବାକୁ କହିଥିଲେ ଏବଂ ଏହାକୁ ପିନ୍ଧି ସ୍କ୍ରିନ ଟେଷ୍ଟ ଦେବାପାଇଁ କହିଥିଲେ । ଯେତେବେଳେ ଯୁବତୀ ଡ୍ରେସ ପିନ୍ଧିବାକୁ ରୁମକୁ ଯାଇଥିଲେ ସେତେବେଳେ ତାଙ୍କର ଭିଡିଓ ରେକର୍ଡ କରାଯାଇଥିଲା । ଏହା ସହ ତାଙ୍କ କୋଲ୍ଡ ଡ୍ରିଙ୍କ୍ସ ରେ ନିଶା ଦ୍ରବ୍ୟ ମିଶାଇ ତାଙ୍କର ଭିଡିଓ ବନାଯାଇଥିଲା । ମଡେଲ ଆହୁରି ଅଭିଯୋଗ କରିଛନ୍ତି ଏହାକୁ ନେଇ ଅଭିଯୁକ୍ତମାନେ ତାଙ୍କଠାରୁ ୫ ଲକ୍ଷ ଟଙ୍କା ମାଗିଛନ୍ତି ଏବଂ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଟଙ୍କା ନଦେବାରୁ ଭିଡିଓର କିଛି ଅଂଶ ସେମାନେ ଭାଇରାଲ ମଧ୍ୟ କରିଛନ୍ତି । ଯୁବତୀ ଏହା ଜାଣିବା ପରେ ଛଅ ୬ ଅଭିଯୁକ୍ତଙ୍କ ବିରୋଧରେ ବିଭୂତିଖଣ୍ଡ ଥାନାରେ ମାମଲା ରୁଜୁ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *