ଆତଙ୍କବାଦୀ ବିରୋଧରେ ଅନ୍ତିମ ଲଢେଇ ଲଢ଼ : ଅମିତ ଶାହ

ଶ୍ରୀନଗର: ଆତଙ୍କବଦୀଙ୍କ ବିରୋଧରେ ହେବ ଶେଷ ଲଢ଼େଇ । ଖୋଜି ଖୋଜି ଆତଙ୍କବଦୀଙ୍କୁ ନିପାତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଆତଙ୍କବଦୀଙ୍କ ବିରୋଧରେ ଶେଷ ଲଢ଼େଇ ଲଢ଼ିବାକୁ ସୁରକ୍ଷାକର୍ମୀ ଓ ଯବାନଙ୍କୁ ଦେଇଛନ୍ତି ଆହ୍ବାନ । ଘାଟିରେ କିଛିଦିନ ହେବ ବିଗିଡ଼ି ଥିବା ସ୍ଥିତି ଭିତରେ ତିନିଦିନିଆ ଜମ୍ମୁ ଓ କାଶ୍ମୀର ଗସ୍ତରେ ଯାଇ ଆଜି ପହଞ୍ଚିଛନ୍ତି ଶାହ । ଶ୍ରୀନଗରରେ ସୁରକ୍ଷାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଦିନ ୧୨ଟାରେ ଆରମ୍ଭ ହୋଇଥିବା ବୈଠକ ସାଢ଼େ ୪ ଘଣ୍ଟା ଚାଲିଥିଲା । ଘାଟିରେ ଅନ୍ୟ ରାଜ୍ୟର ନାଗରିକ, ଅଣ ହିନ୍ଦୁଙ୍କୁ ଆତଙ୍କବଦୀମାନେ ଟାର୍ଗେଟ କରିବାକୁ ନେଇ ବିସ୍ତୃତ ଆଲୋଚନା କରାଯାଇଛି । ଚଳିତ ମାସ ଆରମ୍ଭରୁ ଆତଙ୍କବଦୀ ଅଣ କାଶ୍ମୀର ଲୋକଙ୍କୁ ଆକ୍ରମଣ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶ, ବିହାର ଓ ଅନ୍ୟ ରାଜ୍ୟର ଶ୍ରମିକ ଶ୍ରେଣୀର ଲୋକଙ୍କୁ ଆତଙ୍କବାଦୀ ଟାର୍ଗେଟ କରି ହତ୍ୟା କରୁଛନ୍ତି । ସେତିକି ନୁହେଁ, ଆତଙ୍କବଦୀଙ୍କ ଆକ୍ରମଣରେ ପାଖାପାଖି ୯ ଜଣ ଯବାନ ସହିଦ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *